ଦିନିକିଆ ଶୃଙ୍ଖଳା ପାଇଁ ଜିମ୍ବାଓ୍ବେ ଗସ୍ତରେ ଗଲେ ଭାରତୀୟ ଟିମ୍

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଜିମ୍ୱାୱେ ଠାରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଦିନିଆରେ ସିରିଜ ପାଇଁ ଭାରତୀୟ ଦଳ ହରାରେ ଗସ୍ତ କରିଛି । ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ ଲକ୍ଷ୍ମଣ ଜିମ୍ୱାୱେ ଏହି ଗସ୍ତ ସମୟରେ ଭାରତର କାର୍ଯ୍ୟବାହକ ମୁଖ୍ୟ କୋଚ ରହିଛନ୍ତି।

ଆସନ୍ତା ୧୮ ତାରିଖ ଠାରୁ ୨୨ ମଧ୍ୟରେ ହରାରେ ଠାରେ ଜିମ୍ବାଓ୍ବେ ଏବଂ ଭାରତ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ ।

ଭାରତୀୟ ଦଳ- ଭାରତୀୟ ଦଳ: କେଏଲ୍ ରାହୁଲ (ଅଧିନାୟକ), ଶିଖର ଧାୱନ (ଉପଅଧିନାୟକ), ଋତୁରାଜ ଗାଏକ୍ବାଡ୍, ଶୁବମନ ଗିଲ୍, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଈଶାନ କିଶନ, ସଞ୍ଜୁ ସାମସନ୍, ୱାସିଂଟନ୍ ସୁନ୍ଦର, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆୱେଶ ଖାନ୍, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର।