ଶିମିଳିପାଳରେ ପ୍ରବଳ ବର୍ଷା ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା, ଫୁଲିଛି ଜଳକା

ବାଲେଶ୍ବର : (ସଂକେତ୍ ଟିଭି) ମୟୁରଭଞ୍ଜ ଜିଲ୍ଲା ସମେତ ଶିମିଳିପାଳରେ ଲଗାଣ ବର୍ଷା ହୋଇଛି । ସେପଟେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଅଧୀନରେ ଥିବା କାଳ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରୁ କର୍ତୃପକ୍ଷ ଡ୍ୟାମର ଗୋଟିଏ ଗେଟ୍ ଖୋଲିଛନ୍ତି ।

ଡ୍ୟାମରେ ବିପଦ ସଙ୍କତ ରହିଛି ୭୭ ମିଟର । ଏବେ ଡ୍ୟାମରେ ଜଳସ୍ତର ୭୬ ମିଟର ଛୁଇଁଛି । ଏହାକୁ ନଜରରେ ରଖି ଡ୍ୟାମର ଗୋଟିଏ ଗେଟ୍ ଏକ ମିଟର ପର୍ଯ୍ୟନ୍ତ ଖୋଳାଯାଇଛି । ଯେଉଁଥିରେ ବନ୍ୟା ଜଳ ନିଷ୍କାସନ କରାଯାଉଛି।

ପ୍ରତି ସେକେଣ୍ଡରେ ଡ୍ୟାମରୁ ୯୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଡ୍ୟାମରୁ ଜଳ ନିଷ୍କାସନ ଫଳରେ ବୁଢାବଳଙ୍ଗ ନଦୀର ଜଳସ୍ତର ବଢିବାରେ ଲାଗିଛି । ମୟୁରଭଂଜ ଜିଲ୍ଲା ରାସଗୋବିନ୍ଦପୁର ଅଂଚଳରେ ବର୍ଷା ଯୋଗୁଁ ଜଳକା ନଦୀ ମଥାନୀ ଠାରେ ବିପଦ ସଂକେତ ସ୍ତରଠାରୁ ଉପରେ ପ୍ରବାହିତ ହେଉଛି । ଏହି ଜଳସ୍ତର ଆହୁରି ବୃଦ୍ଧି ପାଇବ ବୋଲି ଆଶଂକା ସୃଷ୍ଟି ହୋଇଛି ।