ବିହାର ମନ୍ତ୍ରିମଣ୍ଡଳ ବିସ୍ତାର : ନୀତୀଶ ରଖିଲେ ଗୃହ, ତେଜସ୍ୱୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ଓ ସଡ଼କ

ପାଟନା : (ସଂକେତ୍ ଟିଭି) ବିହାରରେ ସରକାର ପରିବର୍ତ୍ତନ ପରେ ମଙ୍ଗଳବାର ମନ୍ତ୍ରିମଣ୍ଡଳର ବିସ୍ତାର କରାଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗକୁ ନିଜ ହାତରେ ରଖିଛନ୍ତି । ଅନ୍ୟପକ୍ଷରେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ସ୍ୱାସ୍ଥ୍ୟ, ସଡ଼କ ନିର୍ମାଣ, ସହରୀ ଗୃହ ନିର୍ମାଣ ଏବଂ ବିକାଶ ଏବଂ ଗ୍ରାମୀଣ କାର୍ଯ୍ୟ ଭଳି ପ୍ରମୁଖ ବିଭାଗ ମିଳିଛି। ତେଜସ୍ବୀ ଯାଦବଙ୍କ ବଡ ଭାଇ ତେଜ ପ୍ରତାପ ଯାଦବଙ୍କୁ ପରିବେଶ, ବନୀକରଣ ଏବଂ ଜଳବାୟୁ ପରିବର୍ତ୍ତନ ଦିଆଯାଇଛି। ସେହିପରି ବିଜୟ କୁମାର ଚୌଧୁରୀ (ଅର୍ଥ, ବାଣିଜ୍ୟିକ ଟିକସ ଏବଂ ସଂସଦୀୟ ବ୍ୟାପାର) ଏବଂ ବିଜେନ୍ଦ୍ର ଯାଦବ (ଶକ୍ତି ଏବଂ ଯୋଜନା ଏବଂ ବିକାଶ) ଏକରୁ ଅଧିକ ବିଭାଗ ପାଇଛନ୍ତି।

ଜେଡିୟୁକୁ ଆରଜେଡି ଅପେକ୍ଷା ଅଧିକ ମନ୍ତ୍ରୀପଦ ମିଳିଛି । କଂଗ୍ରେସ ପୂର୍ବ ମହାମେଣ୍ଟ ସରକାର ତୁଳନାରେ କମ୍ ମନ୍ତ୍ରୀପଦ ପାଇଛି । ତେବେ ସବୁଠୁ ବଡ ଝଟକା ଜେଡିୟୁ ସଂସଦୀୟ ଦଳ ଅଧ୍ୟକ୍ଷ ଉପେନ୍ଦ୍ର କୁସଓ୍ୱାହାଙ୍କୁ ଲାଗିଛି । ତାଙ୍କ ସମେତ ଜେଡିୟୁ ଓ ଆରଜେଡିର ଅନେକ ନେତା ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନାହିଁ ।

ଆରଜେଡିରୁ ୧୬ ଜଣ ବିଧାୟକ, ଜେଡିୟୁରୁ ୧୧, କଂଗ୍ରେସରୁ ଦୁଇ ଜଣ ଓ ଜଣେ ସ୍ୱାଧିନ ବିଧାୟକ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ।

ମନ୍ତ୍ରୀ ତାଲିକା
ଜେଡିୟୁ(୧୧ ଜଣ)
ବିଜୟ କୁମାର ଚୌଧରୀ, ବିଜେନ୍ଦ୍ର ଯାଦବ, ଶ୍ରବଣ କୁମାର, ଅଶୋକ ଚୌଧରୀ, ଲାନସି ସିଂ, ସଞ୍ଜୟ ଝା, ମଦନ ସହନୀ, ଶୀଳା କୁମାରୀ, ସୁନୀଲ କୁମାର, ମହମ୍ମଦ ଜମା ଖାନ୍, ଜୟନ୍ତ ରାଜ

ଆରଜେଡି(୧୬ଜଣ)
ତେଜପ୍ରତାପ ଯାଦବ, ଆଲୋକ ମେହେଟା, ସୁରେନ୍ଦ୍ର ପ୍ରସାଦ ଯାଦବ, ରମାନନ୍ଦ ଯାଦବ, କୁମାର ସର୍ବଜିତ, ଲଳିତ ଯାଦବ, ସମୀର କୁମାର, ଜିତେନ୍ଦ୍ର କୁମାର ରାୟ, ଅନୀତା ଦେବୀ, ସୁଧାକର ସିଂ, ଇସରାଇଲ ମନସୁରୀ, କାର୍ତ୍ତିକେୟ ସିଂ, ଶାହନବାଜ ଆଲମ, ସମିମ ଅହମ୍ମଦ,

କଂଗ୍ରେସ(୨)
ଆଫାକ ଆଲମ, ମୁରାରୀ ଗୌତମ
ହାମ୍ ଓ ସ୍ୱାଧିନ ବିଧାୟକ
ସନ୍ତୋଷ କୁମାର, ସୁମିତ କୁମାର ସିଂ