ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : (ସଂକେତ୍ ଟିଭି) ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଗୁରୁବାରଠାରୁ ୧୮ ତାରିଖରୁ ତିନି ଦିନ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ ୧୯ ଅଗଷ୍ଟ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ଅଗଷ୍ଟ ୧୮ରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିବ। ଲଘୁଚାପ ପ୍ରଭାବରେ ଅଗଷ୍ଟ ୧୯ ଏବଂ ୨୦ ତାରିଖରେ ରାଜ୍ୟରେ ପୁଣିଥରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ସେପଟେ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ଯଶେଲମେର ରୁ ବାହାରି , ପୂର୍ବ ରାଜସ୍ଥାନ ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମ ମଧ୍ୟ ପ୍ରଦେଶ ଅଞ୍ଚଳରେ ସକ୍ରିୟ ଥିବା ଅବପାତ ର କେନ୍ଦ୍ର, ଦାମହ, ଅମ୍ବିକାପୁର, ପୁରୁଳିଆ ମଧ୍ୟଦେଇ ଏବଂ ପଶ୍ଚିମବଙ୍ଗ ର କୋନଟାଇ ରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି। ବର୍ତ୍ତମାନ ଏହାର ଆଉ କୌଣସି ସିଧାସଳଖ ପ୍ରଭାବ ଓଡିଶା ଉପରେ ନାହିଁ।