BusinessFeaturedLatest

ଆଧାର କାର୍ଡରେ ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ !

ନୂଆଦିଲ୍ଲୀ : (ସଂକେତ୍ ଟିଭି) ମୋଦି ସରକାରଙ୍କ ତରଫରୁ ଦେଶବାସୀଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି । ଯୋଜନା ଆରମ୍ଭ କରିବା ପୂର୍ବରୁ ପ୍ରତି ଶ୍ରେଣୀର ଲୋକଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ଏହି ଯୋଜନାଗୁଡିକରେ ଛାତ୍ରମାନଙ୍କ ଠାରୁ ଆରମ୍ଭ କରି ଚାକିରିଆ ପର୍ଯ୍ୟନ୍ତ ଏବଂ କୃଷକମାନଙ୍କ ଠାରୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତ ବର୍ଗଙ୍କୁ ଧ୍ୟାନ ଦିଆଯାଇଛି । ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀଙ୍କ ମୁଦ୍ରା ଲୋନ୍‌ ମଧ୍ୟ ଆରମ୍ଭ କରିଥିଲେ । ଏହା ପରେ ବି ଲୋକମାନେ ଠକେଇ ପାଇଁ ଅନେକ ପ୍ରକାରର ସରକାରୀ ଯୋଜନା ଭଳି ନାମ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

ଏପରି ସ୍ଥଳେ ଏବେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯାହାକୁ କେନ୍ଦ୍ର ସରକାରଙ୍କ ଏକ ଲୋନ୍‌ ଯୋଜନା ବୋଲି କୁହାଯାଉଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଦାବି କରାଯାଇଛି ଯେ, ଆଧାର କାର୍ଡ ଥିବା ଏଭଳି ନାଗରିକଙ୍କୁ କେନ୍ଦ୍ର ସରକାର ସହଜ ଲୋନ୍‌ ଦେଉଛନ୍ତି । ଏହି ଲୋକଙ୍କୁ ଆଧାର କାର୍ଡ ମାଧ୍ୟମରେ ୪.୭୮ ଲକ୍ଷ ଟଙ୍କା ଲୋନ୍‌ ଦିଆଯାଇପାରିବ ।

ଭାଇରଲ ପୋଷ୍ଟକୁ ଫ୍ୟାକ୍ଟ-ଚେକ୍‌ କରିବା ପରେ ପିଆଇବି କହିଛି ଯେ, ଏହି ଦାବି ସମ୍ପୂର୍ଣ୍ଣ ଭାବେ ମିଥ୍ୟା । ସରକାରଙ୍କ ପକ୍ଷରୁ ଏପରି କୌଣସି ଲୋନ୍‌ ଦିଆଯାଉ ନାହିଁ । ଏହା ସହ ଲୋକଙ୍କୁ ଏପରି ନକଲି ବାର୍ତ୍ତା ସେୟାର ନକରିବାକୁ ପରାମର୍ଶ ଦେଇଛି ପିଆଇବି । ସରକାରୀ ଯୋଜନା ବାହାନା କରି କିଛି ଦଲାଲ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରନ୍ତି, ଯାହା ଫଳରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନେ ଖାଲି କରନ୍ତି ବୋଲି ପିଆଇବି କହିଛି ।

ଏହା ପୂର୍ବରୁ ହ୍ୱାଟ୍ସଆପ୍‌ ଜରିଆରେ ଏକ ମେସେଜ ଆସୁଥିଲା କି, ପ୍ରଧାନମନ୍ତ୍ରୀ ମୋଦି ବେରୋଜଗାରୀ ଭତ୍ତା ଯୋଜନା ଅଧିନରେ ପ୍ରତି ବେରୋଜଗାରୀ ଯୁବଙ୍କୁ ପ୍ରତି ମାସରେ ୬ ହଜାର ଟଙ୍କା ଭତ୍ତା ଦେବେ । ଏଥିପାଇଁ ରେଜିଷ୍ଟ୍ରସନ ହେଉଛି ବୋଲି ମେସେଜ ଆସିଥିଲା । ଏହାକୁ ନେଇ ପିଆଇବି ତରଫରୁ ଫ୍ୟାକଫ ଚେକ୍‌ କରାଯିବା ପରେ ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡିଥିଲା । ତେଣୁ ଏଭଳି କୌଣସି ଯୋଜନା ବିଷୟରେ ସୂଚନା ପାଇବା ପରେ ପ୍ରଥମେ ସବୁକିଛି ବିବରଣୀ ହାସଲ କରିନେବା ଜରୁରୀ ।