୧୦ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ଅର୍ଥ ପୁରସ୍କାର, ଋଷ ମହିଳାଙ୍କୁ ପୁଟିନଙ୍କ ଅଫର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ୧୦ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ଅର୍ଥ ପୁରସ୍କାର । ଋଷ ମହିଳାଙ୍କୁ ଏମିତି ଏକ ଅଫର୍ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ସେ ଘୋଷଣା କରିଛନ୍ତି ୧୦ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ଜଣେ ମହିଳାଙ୍କୁ ଏକକାଳୀନ ୧ ନିୟୁତ ରୁବେଲ୍‌ (ରୁଷୀୟ ମୁଦ୍ରା) ଭାରତୀୟ ମୁଦ୍ରା ଅନୁସାରେ ୧୩ ଲକ୍ଷ ୧୨ ହଜାରରୁ ଅଧିକ ଅର୍ଥ ପ୍ରଦାନ କରାଯିବ ।

ଋଷରେ କମୁଥିବା ଜନସଂଖ୍ୟା ଦେଖି ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି । ଜନସଂଖ୍ୟା ବଢାଇବାକୁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଷ୍ଟ୍ରପତି ପୁଟିନ । ଏନେଇ ଋଷୀୟ ରାଜନୀତି ଏବଂ ନିରାପତ୍ତା ବିଶେଷଜ୍ଞ ଡା. ଜେନି ମାଥର୍ସ ସୂଚନା ଦେଇଛନ୍ତି । ଯୋଜନାର ନାମ ରଖାଯାଇଛି ‘ମଦର୍‌ ହିରୋଇନ୍‌’।

ରାଷ୍ଟ୍ରପତି ପୁଟିନ୍‌ କହିଛନ୍ତି କି, ଯେଉଁ ଲୋକମାନଙ୍କର ପରିବାର ବଡ଼, ସେମାନେ ଖୁବ୍‌ ଦେଶପ୍ରେମୀ ଏବଂ ସେମାନେ ‘ମଦର୍‌ ଋଷିଆ‘ ପ୍ରତି ଅଧିକ ନିବିଡ଼ ହେବେ । ପୁଟିନ ଆହୁରି କହିଛନ୍ତି ଋଷରେ ଯାହାର ପରିବାର ବଡ଼ ସେମାନେ ଅଧିକ ଦେଶପ୍ରେମୀ ବୋଲି କୁହାଯାଇଛି । ସୋଭିଏତ ଏରାକୁ ଫେରାଇ ଆଣିବାକୁ ପୁଟିନ ସରକାରଙ୍କ ଏହା ଲକ୍ଷ୍ୟ ବୋଲି ସେ କହିଛନ୍ତି । ଯେ‌ଉଁ ମଳିଳାମାନେ ୧୦ରୁ ଅଧିକ ଛୁଆ ଜନ୍ମ କରିବେ ସେମାନଙ୍କୁ ମଦେର ହିରୋଇନ୍‌ ଆଖ୍ୟା ଦିଆଯିବ ବୋଲି ସେ କହିଛନ୍ତି ।

ଜେନ୍ନି ମମେର୍ଥସ ଆହୁରି କହିଛନ୍ତି ଯେ, ୧୯୯୦ ପରଠାରୁ ରୁଷ ଜନସଂଖ୍ୟା ସଙ୍କଟ ଦେଇ ଗତି କରୁଛି । ଏହା ପରେ ୨୦୧୯ରେ ଆସିଥିବା କୋଭିଡ୍‌ ମହାମାରୀ ଦେଶ ପାଇଁ ବଡ଼ ବିପଦ ଥିଲା । ମହାମାରୀରେ ଲକ୍ଷାଧିକ ଲୋକ ପ୍ରାଣ ହରାଥିବା ବେଳେ ୟୁକ୍ରେନ ଯୁଦ୍ଧ ସଙ୍କଟ ଏହି ସମସ୍ୟାକୁ ଅଧିକ ତୀବ୍ର କରିଥିଲା ।