ଟି-୨୦ ବିଶ୍ୱକପ୍ ନେଇ ଟିମ୍ ନର୍ଭସ୍‌: ଋଷଭ ପନ୍ତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ କ୍ରିକେଟ୍‌ ଦଳର ୱିକେଟ୍‌କିପର ଋଷଭ ପନ୍ତ କହିଛନ୍ତି ଯେ, ଆଗାମୀ ଟି- ୨୦ ବିଶ୍ୱକପ୍ ପୂର୍ବରୁ ଏସିଆ କପ୍ ଟାଇଟେଲ୍ ଜିଣିବା ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଟି-୨୦ ଏସିଆ କପ୍‌ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ଟି- ୨୦ ବିଶ୍ୱକପ୍ ପାଇଁ ଭଲ ପ୍ରସ୍ତୁତିର ସୁଯୋଗ ଦେଇଛି । ତେବେ ଟି-୨୦ ବିଶ୍ୱକପ୍‌କୁ ନେଇ ଦଳ ସାମାନ୍ୟ ନର୍ଭସରେ ରହିଛି । କାରଣ ଗତବର୍ଷ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ରେ ଭାରତର ପ୍ରଦର୍ଶନ ଅତି ନୈରାଶ୍ୟଜନକ ଥିଲା ।

ପ୍ରଥମ ଲିଗ୍ ମ୍ୟାଚ୍‌ରେ ପାକିସ୍ତାନ ଓ ଶେଷ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ପରାଜୟ ଯୋଗୁଁ ଭାରତ ଆଗକୁ ବଢ଼ିପାରିନଥିଲା । ତେଣୁ ଆଗାମୀ ବିଶ୍ୱକପ୍‌ରେ ଶତପ୍ରତିଶତ ଭଲ ପ୍ରଦର୍ଶନ ପାଇଁ ଆମେ ପ୍ରସ୍ତୁତ ହୋଇ ମୈଦାନରେ ଓହ୍ଲାଇବାକୁ ପଡ଼ିବ ।

ଆସନ୍ତା ଅକ୍ଟୋବର ୨୩ ତାରିଖ ଦିନ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମୁକାବିଲାରେ ପୁଣି ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଗତବର୍ଷ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ମଧ୍ୟ ପାକିସ୍ତାନକୁ ଭେଟିଥିଲା ଭାରତ । ତେଣୁ ବିଶ୍ୱକପ୍ ଜିତିବା ଲକ୍ଷ୍ୟ ରଖିଥିବାରୁ ଆଜି ଠାରୁ ଭାରତୀୟ ଦଳକୁ ଜୋର୍‌ଦାର୍ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିବାକୁ ପନ୍ତ କହିଛନ୍ତି ।