ରୋହିତ ଶର୍ମା ଜଣେ ସ୍ଥିତପ୍ରଜ୍ଞ ଅଧିନାୟକ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ବିସିସିଆଇ ସଭାପତି ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଜଣେ ଦକ୍ଷ ଖେଳାଳି । ସେହିପରି ନେତୃତ୍ୱ ନେବାରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି । ତେବେ ସେ ଧୀରସ୍ଥିର ଚିତ୍ତରେ ପ୍ରତ୍ୟେକ ବିଷୟ ଉପରେ ବିଚାର କରିଥାନ୍ତି । ତେଣୁ ଖେଳାଳିଙ୍କ ସହିତ ତାଙ୍କର ଉତ୍ତମ ସମ୍ପର୍କ ପ୍ରତିଷ୍ଠା ହୋଇପାରୁଛି ।

ତେବେ ପୂର୍ବତନ ଅଧିନାୟକ ମହିନ୍ଦ୍ର ସିଂ ଧୋନୀଙ୍କ ସହିତ ତାଙ୍କୁ ବର୍ତ୍ତମାନ ତୁଳନା କରିବା ଠିକ୍ ନୁହେଁ । କାରଣ ଧୋନୀଙ୍କ ଠାରୁ ରୋହିତ ଖୁବ୍ କମ୍ ଦିନ ଅଧିନାୟକ ରହିଛନ୍ତି । ତେଣୁ ଏଯୁଗରେ ପ୍ରତିଷ୍ଠା ଲାଭ କରିବା ପାଇଁ ରୋହିତଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ । ସେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ୍ ଟାଇଟେଲ୍ ବିଜୟୀ କରାଇ ତାଙ୍କ ଅଧିନାୟକତ୍ୱର ପରିଚୟ ଦେଇଛନ୍ତି । ତେଣୁ ଆଗାମୀ ଟି- ୨୦ ବିଶ୍ୱକପ୍‌ରେ ଭାରତକୁ ବିଜୟପଥରେ ସେ ଆଗେଇ ନେବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ ରହିଛି ।