EntertainmentFeaturedLatest

ହୃଦଘାତରେ ଶିକାର ହୋଇଥିବା ରାଜୁ ଶ୍ରୀବାସ୍ତବଙ୍କ କାମ କରୁନାହିଁ ବ୍ରେନ୍‌

ମୁମ୍ଵାଇ : (ସଂକେତ୍ ଟିଭି) ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ୍ ଡେମେଜ୍ ହୋଇଯାଇଛି। ହୃଦଘାତରେ ଶିକାର ହେବା ପରେ ରାଜୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ଗତକାଲି ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କ ବ୍ରେନ୍‌ରେ ଫୁଲା ଥିବା ଡାକ୍ତର ଜାଣିବାକୁ ପାଇଥିଲେ। ଦୀର୍ଘ୯ ଦିନ ହେବ ରାଜୁଙ୍କ ବ୍ରେନ୍ ଡେମେଜ୍ ହୋଇଯାଇଛି।

ପୂର୍ବ ଅପେକ୍ଷା ରାଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଛି। ଏମ୍ସରେ ଡାକ୍ତରମାନେ ଆଶା ହରାଇ ସାରିଥିବା ବେଳେ ରାଜୁଙ୍କ ପରିବାର କିନ୍ତୁ ଆଶା ଛାଡ଼ି ନାହାନ୍ତି। ରାଜୁ ହିରୋ ସେ ପୁଣିଥରେ ସୁସ୍ଥ ହୋଇଯିବେ ବୋଲି ପରିବାର ଲୋକେ କହୁଛନ୍ତି।

ଏହି ସମୟ ମଧ୍ୟରେ ତାଙ୍କ ବନ୍ଧୁ ତଥା ହାସ୍ୟ ଅଭିନେତାସ ସୁନିଲ୍‌ ପାଲ ତାଙ୍କ ସ୍ୱାସ୍ଥ୍ୟ ଉପରେ ଏକ ବଡ ଉପଡେଟ୍‌ ଦେଇଛନ୍ତି। ସେ କହିଛନ୍ତି ରାଜୁ ଶ୍ରୀବାସ୍ତବ କେବଳ ନିଶ୍ୱାସ ନେଉଛନ୍ତି ତାଙ୍କର ମସ୍ତିଷ୍କ ଓ ଶରୀର ଆଦୌ କାମ କରୁନାହିଁ । ଅଗଷ୍ଟ ୧୦ ରେ ରାଜୁ ଶ୍ରୀବାସ୍ତବଙ୍କର ହୃଦଘାତ ହୋଇଥିଲା। ସେବେଠାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ମଝିରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଖରାପ ହେବାରେ ଲାଗିଛି। ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ।