ଅରବିନ୍ଦ କେଜ୍ରିୱାଲଙ୍କ ଉଦୟ ହେଉଥିବା ଦେଖି ଅସ୍ଥିର ହେଉଛି ବିଜେପି : କପିଲ ସିବଲ

ନୂଆଦିଲ୍ଲୀ : (ସଂକେତ୍ ଟିଭି) “ବର୍ତ୍ତମାନ ଯେତେବେଳେ କେଜ୍ରିୱାଲଙ୍କ ଉଦୟ ହେଉଛି, ତେବେ ଏହା ବିଜେପିକୁ ଅସ୍ଥିର ହେବାର ସମୟ ।” ଏଥିରେ ଅସ୍ଥିର ହୋଇ ବିଜେପି କେଜ୍ରିଓ୍ବାଲ ସରକାରକୁ ଦୁର୍ବଳ କରିବା ପାଇଁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ବ୍ୟବହାର କରୁଛନ୍ତି ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ କହିଛନ୍ତି ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନରେ ସିବିଆଇ ଚଢ଼ାଉ କୁ ନେଇ କପିଲ ସିବଲ ଚ୍ବିଟ୍ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ଆମ୍ ଆଦମୀ ପାର୍ଟିର ଜାତୀୟ ସମ୍ମିଳନୀ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶଂସା କରିଛନ୍ତି ।

୨୦୨୧ ମସିହାରେ ଆସିଥିବା ଦିଲ୍ଲୀ ଏକ୍ସାଇଜ୍ ପଲିସିକୁ ନେଇ ସିବିଆଇ ମନୀଷଙ୍କ ଘରେ ଶୁକ୍ରବାର ଦିନ ରେଡ୍ କରିଛି । କପିଲ୍ ଟ୍ୱିଟରେ ଦିଲ୍ଲୀ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜେନାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଅର୍ଥ ହେରଫେର ମାମଲାରେ ଇଡି ଜୈନଙ୍କୁ ଗିରଫ କରିଥିଲା ।

ସୂଚନା ମୁତାବକ, ସିବିଆଇ ଅଧିକାରୀମାନେ ଦିଲ୍ଲୀ ଓ ଏନସିଆରର ୨୧ ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ସିସୋଦିଆ ଶୁକ୍ରବାର ଦିନ ଟ୍ୱିଟ୍ କରି କହିଛନ୍ତି, ‘ସିବିଆଇ ପହଞ୍ଚିଛି । ତାଙ୍କୁ ସ୍ୱାଗତ । ଆମେ ଅତ୍ୟନ୍ତ ସଚ୍ଚୋଟ । ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ତିଆରି କରୁଛୁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯେଉଁମାନେ ଆମ ଦେଶରେ ଭଲ କାମ କରନ୍ତି, ତାଙ୍କୁ ଏହିପରି ହଇରାଣ ହରକତ କରାଯାଇଥାଏ । ସେଥିପାଇଁ ଆମ ଦେଶ ଏପର୍ଯ୍ୟନ୍ତ ନମ୍ବର -୧ ହୋଇପାରି ନାହିଁ ।”