EntertainmentLatest

ବିବାଦରେ “ଲାଇଗର’ର ଗୀତ ଆଫତ୍

ମୁମ୍ବାଇ : (ସଂକେତ୍ ଟିଭି) ସାଉଥ୍ ସୁରଷ୍ଟାର ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେଙ୍କ “ଲାଇଗର୍‌’କୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ । ଏଥିପାଇଁ ଦୁହେଁ ଖୁବ୍ ପ୍ରୋମସନ କରୁନ୍ତି । ଚଳିତ ମାସ ୨୫ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ । ଏବେ କିନ୍ତୁ ଫିଲ୍ମର ଗୀତ “ଆଫତ ବିବାଦକୁ ଡାକିଛି । ଗୀତଟି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଅଛି । ଏଥିରେ ବିଜୟ ଦେବରକୋଣ୍ଡା ଓ ଅନନ୍ୟାଙ୍କ ଦମ୍‌ଦାର ଡ୍ୟାନ୍ସ ସହ ଉଭୟଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିଣିଛି ।

କିନ୍ତୁ ଗୀତରେ ଏକ ପଦ ଅଛି “ଭଗୱାନ୍ କେ ଲିୟେ ଛୋଡ୍‌ ଦୋ ମୁଝେ, ଛୋଡ୍ ଦୋ ମୁଝେ’ । ତାହା ବିବାଦକୁ ଆଣିଛି । କିନ୍ତୁ “ଭଗୱାନ୍‌ କେ ଲିୟେ ଛୋଡ୍ ଦୋ ମୁଝେ’ ଡାଏଲଗ୍ ଅନନ୍ୟା କହୁଥିବା ଦେଖିବାକୁ ମିଳିଛି । ବିଜୟଙ୍କଠୁ ନିଜକୁ ବଞ୍ଚାଇ ସେ ଏହା କହୁଛନ୍ତି । ସାଧାରଣତଃ ପୁରୁଣା ଫିଲ୍ମର ରେପ୍ ସିନରେ ଶୁଣିବାକୁ ମିଳୁଥିଲା । ପ୍ରାୟ ପ୍ରତ୍ୟେକ ହିନ୍ଦୀ ଫିଲ୍ମରେ ଏହି ଡାଏଲଗ୍‌ ଥାଏ । ଫିଲ୍ମ “ଲାଇଗର୍‌’ର “ଆଫତ ଗୀତରେ ରେପ୍‌ ଡାଏଲଗ୍ ସାମିଲ କରାଯାଇଥିବାରୁ ୟୁଜର୍ ରାଗି ଯାଇଛନ୍ତି । ସୋସିଆଲ ମିଡିଆରେ ଗୀତକୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଛନ୍ତି ।

ୟୁଜର୍‌ ଉଲ୍ଲେଖ କରିଛନ୍ତି, ବଲିଉଡ୍‌ ଲଗାତାର ନିରାଶ କରୁଛି । ପ୍ରତ୍ୟେକ ଗୀତରେ ଝିଅମାନଙ୍କୁ କୌଣସି ବସ୍ତୁ ଭଳି ପରସାଯାଉଛି । ୟୁଜର୍‌ କହୁଛନ୍ତି, ଗୀତିକାରଙ୍କ ସୃଜନଶୀଳତା ମରିଯାଇଛି । ଅନେକ ୟୁଜର୍ “ଲାଲ୍ ସିଂହ ଚଢ଼ା’ ଭଳି “ଲାଇଗର୍‌’କୁ ମଧ୍ୟ ବୟକଟ୍ କରିବାକୁ ଦାବି କରିଛନ୍ତି । ଏଭଳି ଗୀତକୁ ଆଦୌ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ୟୁଜର୍ ଲେଖିଛନ୍ତି । ତେବେ “ଆଫତକୁ ନେଇ ବିବାଦ ଉପୁଜିବା ପରେ ଫିଲ୍ମ ମେକରଙ୍କ ଚିନ୍ତା ବଢ଼ିଛି । ଗୀତରୁ ଏହି ଧାଡ଼ି ସେମାନେ ହଟାଇବେ କି ନାହିଁ, ତାହା ଦେଖିବାକୁ ଅପେକ୍ଷା ।