ହ୍ୟାକର୍ସଙ୍କ ସହାୟତାରେ ଅନ୍ୟ ଦେଶ ଉପରେ ନଜର ରଖିଛି ଚୀନ୍‌

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଅଲ୍ ଜଜିରାର ଏକ ରିପୋର୍ଟ ଅନୁସାରେ, ଚୀନ୍‌ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ, ଏକ ହ୍ୟାକିଂ ଗୃପ ଗତ ବର୍ଷ ବହୁ ଦେଶର ସରକାର, ସରକାରୀ ସଂଗଠନ ଥିଙ୍କ-ଟ୍ୟାଙ୍କ ଓ ସମାଚାର ଏଜେନ୍ସି ବିରୋଧରେ ଗୁପ୍ତଚର ଅଭିଯାନ ଚଳାଇଥିଲେ ।

ସାଇବର ସିକ୍ୟୁରିଟି୍ ଫାର୍ମ ରେକର୍ଡେଡ୍ ଫ୍ୟୁଚର ଦ୍ୱାରା ଜାରି ରିପୋର୍ଟ ଅନୁସାରେ, ରେଡ୍ ଆଲଫା ନାମରେ ଜଣାଶୁଣା ଏହି ହ୍ୟାକିଂ ଗୃପ ବେଜିଂ ପାଇଁ ରଣନୈତିକ ଗୁରୁତ୍ୱ ଦେଉଥିବା ଅନ୍ୟ ଦେଶର ସଂଗଠନରେ କାମ କରୁଥିବା ବ୍ୟକ୍‌ତିର ଲଗିନ୍ ବିବରଣୀ ଚୋରି କରିବାରେ ଖୁବ୍ ଆଗରେ । ରେକର୍ଡେଡ ଫ୍ୟୁଚର ଅନୁସାରେ, ୨୦୧୯ ପରେ କ୍ରେଣ୍ଡେଣ୍ଟିଆଲ ଫିଶିଙ୍ଗ ପାଇଁ ରେଡ୍ ଆଲଫା ଦ୍ୱାରା ଯେଉଁ ସଂଗଠନକୁ ଟାର୍ଗେଟ କରଯାଇଥିଲା, ସେଥିରେ ଇଣ୍ଟରନ୍ୟାସନାଲ ଫେଡେରେସନ୍ ଫର ହ୍ୟୁମାନ୍ ରାଇଟସ୍‌, ଏମନେଷ୍ଟି ଇଣ୍ଟରନ୍ୟାସନାଲ, ମର୍କେଟର ଇନଷ୍ଟିଚ୍ୟୁଟ୍ ଫର ଚାଇନା ଷ୍ଟଡିଜ୍‌, ରେଡିଓ ଫ୍ରି ଏସିଆ, ତାଇଓ୍ୱାନ ସ୍ଥିତ ଆମେରିକୀୟ ସଂସ୍ଥାନ, ତାଇଓ୍ୱାନର ଶାସକ ଦଳ ଡେମୋକ୍ରାଟିମ୍ ପୋଗ୍ରେସିଭ୍ ପାର୍ଟି ଓ ଭାରତର ରାଷ୍ଟ୍ରୀୟ ସୂଚନା କେନ୍ଦ୍ର ସାମିଲ ରହିଛି ।

ମାସାଚୁସେଟସ୍ ସ୍ଥିତ ଏକ ସାଇବର ସିକ୍ୟୁରିଟି ଫାର୍ମର ସୂଚନା ଅନୁସାରେ, ରେଡ୍ ଆଲଫା ପିଡିଏଫ୍‌ ଆଟାଚମେଣ୍ଟ ଥିବା ଇମେଲ ପଠାଇ ଉପରୋକ୍‌ତ ସଂଗଠନକୁ ଟାର୍ଗେଟ କରିଥିଲା । ଏହି ମେଲ୍‌ରେ ଆଟାଚ୍ ପିଡିଏଫ୍‌ରେ ଥରେ କ୍ଲିକ୍ କରେ ଏକ ନକଲି ପୋର୍ଟାଲ ପେଜ୍‌କୁ ନେଇଯାଇଥିଲା, ଯାହାର ଉପଯୋଗ ଲଗିନ୍‌ କ୍ରେଣ୍ଡିଣ୍ଟିଆଲ ଚୋରାଇବା ପାଇଁ କରାଯାଇଥାଏ ।

ରେକର୍ଡେଡ ଫ୍ୟୁଚର କହିଛି ଯେ, ରେଡ ଆଲଫା ତାଇୱାନ ଭିତ୍ତିକ ସଂଗଠନ ଓ ମାନବାଧିକାର ଗୋଷ୍ଠୀକୁ ଯଥାକ୍ରମେ ସ୍ୱ-ଶାସିତ ଗଣତନ୍ତ୍ର, ଜାତୀୟ ଓ ଧାର୍ମିକ ଗୋଷ୍ଠୀ ଉପରେ ଗୁଇନ୍ଦା ସୂଚନା ଏକାଠି କରିବାକୁ ଟାର୍ଗେଟ କରିଛି ।