ସେପ୍ଟେମ୍ବର ୨୦ ସୁଦ୍ଧା କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ : (ସଂକେତ୍ ଟିଭି) କଂଗ୍ରେସ ଦଳର ନୂତନ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ରବିବାର ଆରମ୍ଭ ହୋଇଛି । ଦଳର ନିର୍ବାଚନ କର୍ତ୍ତୃପକ୍ଷ କହିଛନ୍ତି ଯେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ନୂଆ ପ୍ରମୁଖ ଚୟନ କରିବାର କାର୍ଯ୍ୟକ୍ରମ ରହିବ । ନିର୍ବାଚନ କର୍ତ୍ତୃପକ୍ଷ ପ୍ରତିନିଧିମାନଙ୍କ ଚୟନକୁ ଅନ୍ତିମ ରୂପ ଦେବା ପ୍ରକ୍ରିୟାରେ ଅଛନ୍ତି । ଏହି ପ୍ରତିନିଧିମାନେ ଦଳର ସର୍ବୋଚ୍ଚ ପଦ ପାଇଁ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ମତଦାନ କରିବେ ।

ସେ କହିଛନ୍ତି, କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ନିର୍ବାଚନର ଶେଷ ତାରିଖକୁ ଅନୁମୋଦନ କରିବ । ସୋନିଆ ଗାନ୍ଧୀ ଏବଂ ଦଳର କହିବା ହେଲା, ସେପ୍ଟେମ୍ବର ୨୦ ସୁଦ୍ଧା କଂଗ୍ରେସକୁ ଏହାର ନୂତନ ଅଧ୍ୟକ୍ଷ ମିଳିଯିବ । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଶେଷ ତାରିଖକୁ ମଞ୍ଜୁରୀ ଦେବା କଂଗ୍ରେସ କାର୍ଯ୍ୟକାରୀ କମିଟି ଉପରେ ନିର୍ଭର କରୁଛି । ଏହି ତାରିଖ ଅଗଷ୍ଟ ୨୧ରୁ ସେପେଫମ୍ବର ୨୦ ମଧ୍ୟରେ କୌଣସି ବି ଦିନ ହୋଇପାରେ ।