ନୃସିଂହ ଲକ୍ଷ୍ମୀନାରାୟଣ ମନ୍ଦିରରୁ ତାଲା ଭାଙ୍ଗି ଲୁଟ୍‌

ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ୱର ଜିଲ୍ଲା ସୋର ଥାନା ସାଦମାପୁର ଗାଁର ନୃସିଂହ ଲକ୍ଷ୍ମୀନାରାୟଣ ମନ୍ଦିରରୁ ୨ରୁ ୩ ଲକ୍ଷ ଟଙ୍କାର ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ମନ୍ଦିର ଫାଟକରେ ପଡିଥିବା ତାଲାକୁ ଭାଙ୍ଗି ଦୁର୍ବୁତ୍ତମାନେ ମନ୍ଦିରରେ ପଶିଥିଲେ । ମନ୍ଦିରର ୮ଟି ସୁନା ଓ ରୁପା ମୁକୁଟ ଯାହାର ଆନୁମାନିକ ମୂଲ୍ୟ ୨ ରୁ ୩ ଲକ୍ଷ ଟଙ୍କାର ଗହଣା ହେବ, ତାକୁ ଚୋରୀ କରିଥିଲେ । ସୋମବାର ସକାଳେ ପୂଜାରୀ ପୂଜା କରିବାକୁ ଆସିବା ପରେ ସେ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଏ ନେଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୁତ୍ତମାନେ ଏହି ମନ୍ଦିରକୁ ବାରମ୍ବାର ଟାର୍ଗେଟ କରିଛନ୍ତି । ଗତ କିଛିମାସ ପୂର୍ବରୁ ଏହି ମନ୍ଦିରରେ ଚୋରୀ ହୋଇଥିଲା ।