୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ

ଭୁବନେଶ୍ବର : (ସଂକେତ୍ ଟିଭି) ଦୁଇ ଭାଇଙ୍କ ମଧ୍ୟରେ ଜମି ବାଣ୍ଟି ଦେବାର କହି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ବାଳ । ସେ ପୈତୃକ ଜମି ବାଣ୍ଟିବାକୁ ଭାଇ ଭାଇ ମଧ୍ୟରେ ମଧ୍ୟସ୍ଥି ସାଜିଥିଲେ ।

ଦୁଇ ଭାଇଙ୍କ ମଧ୍ୟରେ ଜମି ବାଣ୍ଟି ଦେବାର କହି ଠାରୁ ୪୦ ହଜାର ନେବା ପାଇଁ ଡିଲ ଫିକ୍ସ କରିଥିଲେ । ଆଉ ଜଣକ ପିଛା ୨୦ ହଜାର ଟଙ୍କାର ଲାଞ୍ଚ ଟଙ୍କା ହିସାବରେ ଅଭିଯୋଗକାରୀଙ୍କଠୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ ମାଡି ବସିଲା। ଏନେଇ ଭିଜିଲାନ୍ସ ଟିମ ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ବାଳଙ୍କୁ ପଚରାଉଚରା କରୁଛି ।