ଜର୍ମାନୀରେ ଚାଲିଲା ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ବିଶ୍ୱର ପ୍ରଥମ ଦେଶ ଭାବରେ ଜର୍ମାନୀରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନର ଉଦଘାଟନ ହୋଇଛି। ଚାରି ବର୍ଷ ପୂର୍ବେ ଏହାର ପରିକ୍ଷଣ ଆରମ୍ଭ ହୋଇଥିଲା। । ବୁଧବାର ବର୍ଲିନ ଏହି ବ୍ୟବସ୍ଥାର ଓ୍ୱାର୍ଲ୍ଡ ପ୍ରିମିୟର କରିଛି ।

ଫ୍ରାନ୍ସର ଆଲ୍‌ଷ୍ଟୋମ କମ୍ପାନୀ ଜର୍ମାନୀକୁ ଏପରି ୧୪ଟି ଟ୍ରେନ୍‌ ଯୋଗାଇଛି। ଯାହା କି ଡିଜେଲ ଚାଳିତ ଟ୍ରେନ୍‌ ର ସ୍ଥାନ ନେଇଛି। ଜର୍ମାନୀର ବକ୍ସହାଭେନ, ବର୍ମରହାଭେନ୍‌, ବ୍ରେମରଭୋଏର୍‌ଡେ ଏବଂ ହମ୍‌ବର୍ଗ ନିକଟ ବକ୍ସଟେହୁଡେକୁ ଯୋଡୁଥିବା ପ୍ରାୟ ୧୦୦୦ କିଲୋମିଟର ଟ୍ରାକରେ ଏହି ଟ୍ରେନ୍‌ ଗୁଡିକ ହାଇଡ୍ରୋଜେନ୍‌ ଇନ୍ଧନରେ ଚାଲିବ।

ରେଳବାଇର ମାଲିକ ଏଲଭିଏନଜି ଏବଂ ଆଲଷ୍ଟମ୍ ମଧ୍ୟରେ ୯୩ ନିୟୁତ ୟୁରୋର ଚୁକ୍ତି ସ୍ୱାକ୍ଷରି ହୋଇଛି। ୧୪ଟି ଟ୍ରେନ୍ ମଧ୍ୟରୁ ପାଞ୍ଚଟି ବୁଧବାର ଦିନ ଶୁଭାରମ୍ଭ ହୋଇଛି। ସେମାନେ ଧୀରେ ଧୀରେ ବର୍ଷର ଶେଷ ସୁଦ୍ଧା ୧୫ଟି ଡିଜେଲ ଟ୍ରେନ୍ ବଦଳାଇବେ । ଏକ କିଲୋଗ୍ରାମ ହାଇଡ୍ରୋଜେନ ଇନ୍ଧନ ପ୍ରାୟ ୪.୫ କିଲୋଗ୍ରାମ ଡିଜେଲ ଇନ୍ଧନ ସହିତ ସମାନ। ଏହି ଟ୍ରେନ୍ ଗୁଡ଼ିକ କୌଣସି ପ୍ରଦୂଷଣ କରିବ ନାହିଁ। ଅଳ୍ପ ଶବ୍ଦ ସୃଷ୍ଟି କରେ, କେବଳ ବାଷ୍ପ ଏବଂ ବାଷ୍ପୀଭୂତ ଜଳ ନିର୍ଗତ କରେ ।