ଅକ୍ଟୋବର ୧ ତାରିଖରୁ କଡାକଡି ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯାଞ୍ଚ

ଭୁବନେଶ୍ବର : (ସଂକେତ୍ ଟିଭି) ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିବା ଗାଡି ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଯେଉଁସବୁ ଯାନର ପଞ୍ଜୀକରଣର ଶେଷ ସଂଖ୍ୟା ୧ ଏବଂ ୨ ସହିତ ସମାପ୍ତ ହେଉଥିବ, ସେମାନେ ଏଚଏସ୍ଆରପି ନମ୍ବର ପ୍ଲେଟ ଲଗେଇବାକୁ ବାଧ୍ୟତାମୂଳକ କରାଯାଇଛି । ଅକ୍ଟୋବର ୧ ତାରିଖ ସୁଦ୍ଧା ସୁଦ୍ଧା ଆଇନ ପ୍ରଣୟନକାରୀ ସଂସ୍ଥା ଗୁଡିକ, ଓଡିଶା ରେଜିଷ୍ଟ୍ରେସନ୍ ମାର୍କ ଏବଂ ଯେଉଁସବୁ ଯାନର ପଞ୍ଜୀକରଣର ଶେଷ ସଂଖ୍ୟା ୧, ୨,୩ ଏବଂ ୪ ଥିବା ଯାନର ଏଚ୍‌ଏସ୍‌ଆରପି ନମ୍ବର ପ୍ଲେଟ ଫିଟମେଣ୍ଟକୁ ତଦାରଖ କରିବେ।

ସୂଚନାମୁତାବ, ସୋ ରୁମ୍‌ରୁ ନୂଆ କରି ଆଣୁଥିବା ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁଛି। ୨୦୧୯ରେ ରାଜ୍ୟ ପରିବହନ ବିଭାଗ ସମସ୍ତ ଗାଡି ଡିଲମାନଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ନଥିଲେ ନୂଆଗାଡି ପାଇଁ ରେଜିଷ୍ଟ୍ରେସନ ପ୍ରମାଣପତ୍ର ମିଳିବ ନାହିଁ ବୋଲି ସ୍ପଷ୍ଟ ମଧ୍ୟ କୁହାଯାଇଥିଲା। କିନ୍ତୁ ଅଧିକାଂଶ ନୂଆ ଗାଡିରେ ମନ ଇଚ୍ଛା ନମ୍ବର ପ୍ଲେଟ ଲଗାଯାଉଛି। ପୁରୁଣା ଗାଡିରେ ମଧ୍ୟ ପୂର୍ବରୁ ଲାଗିଥିବା ନମ୍ବର ପ୍ଲେଟ୍‌ ବଦଳାଯାଉ ନାହିଁ।

ଏକ ପ୍ରେସ ନୋଟରେ ଯୁଗ୍ମ କମିସନର ଦୀପ୍ତିରଞ୍ଜନ ପାତ୍ର (ଟେକ୍ନିକାଲ) କହିଛନ୍ତି ଅଗଷ୍ଟ ୨୪ ତାରିଖ ସୁଦ୍ଧା ମୋଟ ୭,୦୬,୨୧୫ ଗାଡ଼ି ମାଲିକ ସ୍କୁଟ୍ ବୁକ୍ କରିଛନ୍ତି। ସେଥିମଧ୍ୟରୁ ୪,୦୮,୬୮୦ ଗାଡିରେ ଏଚ୍‌ଏସ୍‌ଆରପି ଲଗାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, “ଚୋରମାନେ ପୁରୁଣା ନମ୍ବର ପ୍ଲେଟଗୁଡିକୁ ସହଜରେ ଅପବ୍ୟବହାର କରିପାରିବେ । ଅବଶ୍ୟ, ଏଚ୍‌ଏସ୍‌ଆରପି ଷ୍ଟେଟଗୁଡିକ ଏକ ଅପସାରଣ ଯୋଗ୍ୟ ସ୍ନାପ୍ ଲକ୍ ସହିତ ଆସିଥାଏ ଏବଂ ଏହାକୁ ବଦଳାଇବା କଷ୍ଟକର ଅଟେ। ଏହି ପ୍ଲେଟଗୁଡିକ ଟାମ୍ପର-ପୁରୁଫ୍ ଏବଂ ଦୁଇଟି ପୁନଃ-ବ୍ୟବହାରଯୋଗ୍ୟ ଲକ୍ ସହିତ ଆସିଥାଏ ।