ସରକାରୀ ଅଫିସରଙ୍କ ଘରୁ ବାହାରିଲା ନଗଦ ୫ କୋଟି ଟଙ୍କା

ପାଟନା : (ସଂକେତ୍ ଟିଭି) ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବିହାରର କିଶନଗଂଜ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ରାୟଙ୍କ ଘରେ ଭିଜିଲାନ୍ସ ଚଢାଉ କରି ନଗଦ ପାଞ୍ଚ କୋଟି ନଗଦ ଟଙ୍କା ସହିତ ବହୁ ପରିମାଣର ସୁନା ଅଳଙ୍କାର ଜବତ କରିଛି ।

ସୂଚନା ଅନୁସାରେ, ସଞ୍ଜୟ କୁମାର ରାୟଙ୍କ ବିରୋଧରେ ଭିଜିଲାନ୍ସ ନିକଟ ରେ ଅଭିଯୋଗ ହେଇ ଆସୁଥିଲା । ଶନିବାର ଭିଜିଲାନ୍ସ ଟିମ୍ ସଞ୍ଜୟ କୁମାର ରାୟଙ୍କର ପାଟନା ଓ କିଶନଗଞ୍ଜରେ ଥିବା ବିଭିନ୍ନ ଠିକଣାରେ ଏକା ସାଙ୍ଗରେ ଚଢାଉ କରିଥିଲେ ବିଆଇଭି ଟିମ୍। ଚଢ଼ାଉ ଖବର ପାଇଁ ସଞ୍ଜୟ ଟଙ୍କାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ତେବେ ଭିଜିଲାନ୍ସ ଟିମ୍‌ ପୂରା ଖାନତଲାସି କରିବା ପରେ ସଞ୍ଜୟଙ୍କର କିଶନଗଞ୍ଜ ଘରୁ ୩ କୋଟି ଜବତ କରିଥିବା ବେଳେ ସମାନ ସମୟରେ ପାଟନାରେ ଥିବା ତାଙ୍କ ଘରୁ ୧ କୋଟି ଜବତ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ ଏବେ ବି ଘଟଣା ସ୍ଥଳରେ ଚଢ଼ାଉ ଜାରି ରହିଛି। ଟଙ୍କା ଗଣିବା ପାଇଁ ମେସିନ ଅଣାଯାଇଛି। ସଞ୍ଜୟ କୁମାର ଆହୁରି ଆୟ ବହିର୍ଭୁତ ସମ୍ପତ୍ତି ରଖିଥାଇ ପାରନ୍ତି ବୋଲି ଭିଜିଲାନ୍ସ ସନ୍ଦେହ କରୁଛନ୍ତି। ତା ସହ ଅନ୍ୟ ଦୁଇ ଅଫିସରଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି।

ସୂଚନାନୁସାରେ ବିହାରରେ ବର୍ତ୍ତମାନ ଚଢ଼ାଉ ଜୋର ଧରିଛି । ଏହାପୂର୍ବରୁ ବିହାରର ଆରଜେଡି ନେତାଙ୍କ ଘରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସିବିଆଇ ଆରଜେଡି କୋଷାଧ୍ୟକ୍ଷ ତଥା ଏମଏଲସି ସୁନୀଲ ସିଂ, ପୂର୍ବତନ ଏମଏଲସି ସୁବୋଧ ରାୟ, ସାଂସଦ ଫାୟାଜ ଅହମ୍ମଦ ଏବଂ ଆଶଫାକ କରିମଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଥିଲା ।