ବ୍ରିଜ୍ ଉପରେ ଗାଡି ରଖି ମହାନଦୀକୁ ଡେଇଁ ଯୁବକ ନିଖୋଜ୍

କଟକ : (ସଂକେତ୍ ଟିଭି) ଟକ ସ୍ଥିତ ମୁଣ୍ଡଳୀ ବ୍ରିଜ୍ ଉପରେ ସ୍କୁଟର ରଖି ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ତେବେ ଯୁବକଙ୍କ ଜଣଙ୍କ ହେଉଛନ୍ତି ବିଶ୍ବଦେବ ଦାସ । ତାଙ୍କ ଘର ଭୁବନେଶ୍ବର ଶୈଳଶ୍ରୀ ବିହାରରେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ବ୍ରିଜ୍ ଉପରେ ଓଡି୩୩ଆର୯୨୭୦ ନମ୍ବର ବିଶିଷ୍ଟ ଏକ ସୁଜୁକି ସ୍କୁଟର ରଖି ଯୁବକ ଜଣକ ମହାନଦୀକୁ ଡେଇଁପଡିଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏନଡିଆରଏଫ୍ ଟିମ୍ ସହାୟତାରେ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛି । କିନ୍ତୁ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ । ଯୁବକ ଜଣଙ୍କ ନଦୀକୁ ଡେଇଁବା ବେଳେ ନିଶାସକ୍ତ ଥିବା ମଧ୍ୟ କୁହାଯାଉଛି । ତେବେ ସେ କାହିଁକି ଏବଂ କେଉଁ ପରିସ୍ଥିତିରେ ନଦୀକୁ ଡେଇଁଛନ୍ତି ତାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପୋଲିସ ଏ ନେଇ ଅଧିକ ଅନୁସନ୍ଧାନ ଜାରି ରଖିଛି ।