ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୨୨ ସେପ୍ଟେମ୍ବରରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ୨୪ ସେପ୍ଟେମ୍ବରରୁ ଆରମ୍ଭ ହେବ। ୧୭ ଅକ୍ଟୋବରରେ ଭୋଟ ଗ୍ରହଣ କରାଯିବ ଏବଂ ୧୯ ଅକ୍ଟୋବରରେ ଗଣନା ପରେ ଫଳାଫଳ ବାହାରିବ। କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି)ର ଏକ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ବିଦେଶରୁ ଯୋଗ ଦେଇଥିଲେ। ଏମାନଙ୍କ ବ୍ୟତୀତ କଂଗ୍ରେସ କାର୍ଯ୍ୟାଳୟରେ ହରିଶ ରାୱତ, ସଲମାନ ଖୁର୍ସିଦ, ମୁକୁଲ ୱାସନିକ, ମଲ୍ଲିକାର୍ଜୁନ ଖାର୍‌ଗେ, କୁମାରୀ ଶୈଳଜା, ମଧୁସୂଦନ ମିସ୍ତ୍ରୀ, କେସି ଭେନୁଗୋପାଳ, ଜୟରାମ ରମେଶ, ଅଜୟ ମାକେନ, ଅଭିଷେକ ମନୁ ସିଂଘବିଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ। ନିକଟରେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଥିବା ଆନନ୍ଦ ଶର୍ମା ମଧ୍ୟ ସିଡବ୍ଲ୍ୟୁସି ବୈଠକରେ ଯୋଗ ଦେଇଥିଲେ। ସିଡବ୍ଲ୍ୟୁସି ବୈଠକରେ ବହୁ ନେତା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପୁନର୍ବାର ଦଳର ସଭାପତି ହେବାକୁ କହିଛନ୍ତି।