ଭଲ ଦିନ ହେଉ ବା ଖରାପ, କାହାକୁ ବ୍ୟବହାର କରି ଫିଙ୍ଗିଦେବା ଉଚିତ୍ ନୁହେଁ : ନିତିନ ଗଡକରୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଯେତେବେଳେ ଜଣେ ବ୍ୟକ୍ତି ପରାଜିତ ହୁଏ ସେ ଶେଷ ହୁଏ ନାହିଁ କିନ୍ତୁ ଯେତେବେଳେ ସେ ହାର ମାନି ନିଏ, ସେତେବେଳେ ସେ ଶେଷ ହୋଇଯାଏ । କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଶନିବାର ନିଜ ସହର ନାଗପୁରରେ ଉଦ୍ୟୋଗୀମାନଙ୍କର ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ଏହା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବ୍ୟବସାୟ, ସାମାଜିକ କାର୍ଯ୍ୟ କିମ୍ବା ରାଜନୀତିରେ ଥିବା ବ୍ୟକ୍ତିଙ୍କ ପାଇଁ ମାନବିକ ସଂଯୋଗ ହେଉଛି ସବୁଠାରୁ ବଡ ଶକ୍ତି ।

ଗଡକରୀ କହିଛନ୍ତି ଯେ, ‘ଏଥିପାଇଁ କାହାକୁ ବି ବ୍ୟବହାର କରି ଫିଙ୍ଗ’ ଯୁଗରେ କେହି ସାମିଲ ହେବା ଉଚିତ ନୁହେଁ । ଭଲ ଦିନ ହେଉ କି ଖରାପ ଦିନ, ଯେତେବେଳେ ଥରେ ତୁମେ କାହାର ହାତ ଧରି ନେଲା, ତାହାକୁ ଧରି ରଖ । ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ପୂଜା କର ନାହିଁ ।”

ଗଡକରୀ କହିଛନ୍ତି ଯେ ଯୁବ ଉଦ୍ୟୋଗୀମାନେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ଆତ୍ମଜୀବନୀରୁ ଉଦ୍ଧୃତ କଥା ମନେ ରଖିବା ଉଚିତ୍ ଯେ ଜଣେ ବ୍ୟକ୍ତି ହାରିବା ପରେ ଶେଷ ହୁଏ ନାହିଁ, କିନ୍ତୁ ଯେତେବେଳେ ସେ ହାର ମାନେ ସେତେବେଳେ ଶେଷ ହୁଏ । ନିକଟରେ ବିଜେପିର ସଂସଦୀୟ ବୋର୍ଡରୁ ହଟାଯିବା ପରେ ଗଡକରୀ ଚର୍ଚ୍ଚାରେ ଅଛନ୍ତି ।