ସେପ୍ଟେମ୍ବର ୩ରୁ ଆରମ୍ଭ ହେବ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା

ଭୁବନେଶ୍ବର : (ସଂକେତ୍ ଟିଭି) ସ୍ବତନ୍ତ୍ର ଓଜେଇଇ ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୩ରୁ ଆରମ୍ଭ ହେବ । ସେପ୍ଟେମ୍ବର ୩,୪ ଓ ୭ ତାରିଖରେ ଏହା ଅନୁଷ୍ଠିତ ହେବ । ଓଡିଶାର ୨୮ଟି ସହରରେ ୩୮ଟି କେନ୍ଦ୍ରରେ ଅନୁଷ୍ଠିତ ହେବ । କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ୟ କେନ୍ଦ୍ର ରହିବ ।

ଏହି ପରୀକ୍ଷା ସକାଳୁ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ମୋଟ୍ ଚାରୋଟି ସିଫ୍ଟିରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରଥମ ସିଫ୍ଟ ପୂର୍ବାହ୍ନ ୯ଟାରୁ ୧୦ଟା, ଦ୍ବିତୀୟ ସିଫ୍ଟ ୧୧ଟାରୁ ୧୨ଟା, ତୃତୀୟ ସିଫ୍ଟ ଅପରାହ୍ନ ୨ଟାରୁ ୩ଟା ଓ ଚତୁର୍ଥ ସିଫ୍ଟ ସାଢେ ୪ଟାରୁ ଆରମ୍ଭ ହେବ । ଏମବିଏ, ଏମଟେକ୍ , ବି ଫାର୍ମା ବିଭାଗ ପାଇଂ ସମୁଦାୟ ୨୮ ହଜାର ୬୨୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ଏହି ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ(CBT) ପଦ୍ଧତିରେ କରାଯିବ । ଗତ ୨୬ ତାରିଖରେ ଓଜେଇଇ ୱେବ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଲଇ-ଟେକ୍ (ଡିପ୍ଲୋମା), ଏଲଇ-ଟେକ୍ (ବି ଏସ ସି), ଏଲଇ-ଫାର୍ମା ଏବଂ ଇଣ୍ଟିଗ୍ରେଟେଟ୍ ଏମବିଏ ପ୍ରୋଗ୍ରାମ୍ ପାଇଁ ଓଜେଇଇ ୱେବ୍ ଆଧାରିତ କାଉନସେଲିଂ ପ୍ରକ୍ରିୟା ୨୬ ଅଗଷ୍ଟରୁ ପଞ୍ଜୀକରଣ ଏବଂ ପସନ୍ଦ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ।