ନୂଆଖାଇ ଦିନ ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ

ଭୁବନେଶ୍ବର : (ସଂକେତ୍ ଟିଭି) ସେପ୍ଟେମ୍ବର ୧ ନୂଆଁଖାଇ ଦିନ ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରଖାଯିବ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ନେଇ ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି। ବ୍ୟାଙ୍କ ଏବଂ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖାଯିବାକୁ ସରକାର ଘୋଷଣା କରିଛନ୍ତି। ସୋମବାର ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

ଏହା ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନୂଆଖାଇ ଉପଲକ୍ଷେ ଦୁଇ ଦିନ ଲୋକାଲ୍ ହଲିଡେ ବା ସ୍ଥାନୀୟ ଛୁଟି ଘୋଷଣା କରିବାକୁ ଦାବି କରିଥିଲେ। ତେବେ ଦୁଇ ଦିନ ସ୍ଥାନୀୟ ଛୁଟି ଘୋଷଣା ନେଇ ଏଯାବତ୍ ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ।