ସେପ୍ଟେମ୍ବର ଶେଷ ସପ୍ତାହରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର (ସଂକେତ ଟିଭି)ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସିବେ। ସେପ୍ଟେମ୍ବର ଶେଷ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସେପ୍ଟେମ୍ବର ମାସ ତୃତୀୟ ସପ୍ତାହରେ ଓଡିଶା ବିଜେପିରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବେ ।

ସେହିପରି ସେପ୍ଟେମ୍ବର ୨ୟ ସପ୍ତାହରେ ବିଜେପି ପ୍ରଭାରୀ ସୁନିଲ ବଂଶଲ ଓଡିଶା ଆସିବେ । ଓଡିଶାର ବିଜେପି ପ୍ରଭାରୀ ଦାୟିତ୍ୱ ଚୟନ ହେବା ପରେ ସୁନିଲ ବଂଶଲଙ୍କ ଏହା ପ୍ରଥମ ଓଡିଶା ଗସ୍ତ । ଅନ୍ୟପଟେ ସେପ୍ଟେମ୍ବର ତୃତୀୟ ସପ୍ତାହରେ ବିଜେପି ପ୍ରଶିକ୍ଷଣ ଶିବିର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ମଧ୍ୟ ଓଡିଶା ଆସି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି ।

ବିଜେପିର ଏହି ତିନି ପ୍ରମୁଖ ଚେହେରା ସେପ୍ଟେମ୍ବର ମାସରେ ଓଡ଼ିଶା ଆସିବେ । କିନ୍ତୁ କେବେ ଆସିବେ ସେନେଇ ତାରିଖ ଚୂଡାନ୍ତ ହୋଇନାହିଁ । ୨୦୨୪ ପାଇଁ ପ୍ରସ୍ତୁତି ଭାବେ ବିଜେପି କେନ୍ଦ୍ରୀୟ ନେତା ଓଡିଶା ଗସ୍ତ କରୁଛନ୍ତି । କିଛିଦିନ ପୂର୍ବରୁ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଗୁରୁମନ୍ତ୍ର ଦେଇଥିଲେ । ବେଳେ ଆଗାମୀ ଦିନରେ ବିଜେପି ନେତାଙ୍କ ମାରାଥନ ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଛି ।