ମମତା ବାନାର୍ଜୀଙ୍କୁ ଶ୍ରୀମତୀ ନା କୁମାରୀ କୁହାଯିବ..ବିଜେପି ସାଂସଦଙ୍କ ଅଶୋଭନୀୟ ମନ୍ତବ୍ୟ

କୋଲକାତା (ସଂକେତ ଟିଭି) ବିଜେପିର ସାଂସଦ ସୌମିତ୍ର ଖାନ୍ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ସୌମିତ୍ର ମମତାଙ୍କ ବୈବାହିକ ସ୍ଥିତି ଉପରେ ପ୍ରଶ୍ନ କରିଛନ୍ତି । ଏହାସହ ଆପଣଙ୍କୁ କୁମାରୀ ନା ଶ୍ରୀମତି କୁହାଯାଇ ଡକାଯିବ ବୋଲି ସେ ମମତାଙ୍କୁ ପଚାରିଛନ୍ତି ।

ଏହି ବୟାନ ପରେ ବଙ୍ଗ ରାଜନୀତି ସରଗରମ ହେବାରେ ଲାଗିଛି । ତେବେ ଟିଏମସି ପକ୍ଷରୁ ଏହି ବୟାନ ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।

ସୂଚନା ଅନୁସାରେ, ସୌମିତ୍ର ରବିବାର ବାଙ୍କୁରା ଜିଲ୍ଲା ଗସ୍ତ କରିଥିଲେ । ଏଥିରେ ଜନତାଙ୍କୁ ସମ୍ବୋଧନ କରି ସେ କହିଥିଲେ ଯେ, ମମତାଙ୍କୁ ଶ୍ରୀମତୀ ନା କୁମାରୀ କୁହାଯିବ ତାହା ପ୍ରଥମେ ସେ ସ୍ପଷ୍ଟ କରିବା ଦରକାର । ଏହାସହ ଟିଏମସି ବିରୋଧୀ ନେତାଙ୍କୁ ବିଜେପିରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଏହାସହ ସିପିଆଇ ଏମ ମଧ୍ୟ ବିଜେପିକୁ ମମତାଙ୍କ ବିରୋଧରେ ସମର୍ଥନ କରିବା ଦରକାର ବୋଲି ସେ କହିଛନ୍ତି ।