ରେଳ ଷ୍ଟେସନରେ ଧରାପଡିଲେ ୧୧ ନକଲି ଟିଟିଇ: ୧୫ ଦିନ ଧରି କରୁଥିଲେ ଡ୍ୟୁଟି

ନୂଆଦିଲ୍ଲୀ (ସଂକେତ ଟିଭି)ନୂଆଦିଲ୍ଲୀ ରେଳ ଷ୍ଟେସନରେ ୧୧ ଜଣ ନକଲି ଟିଟିଇ ଡ୍ୟୁଟି କରିବା ବେଳେ ଧରା ପଡିଛନ୍ତି । ଅଭିଯୁକ୍ତମାନେ ୧୫ ଦିନ ଧରି ଡ୍ୟୁଟି କରୁଥିଲେ । ତେବେ ସବୁଠାରୁ ବଡ କଥା ହେଲା ଯେ, ଏହା କେହି ଜାଣିପାରିନଥିଲେ ।

ରିପୋର୍ଟ ଅନୁସାରେ,ଅଭିଯୁକ୍ତମାନେ ବିଭିନ୍ନ ପ୍ଲାଟଫର୍ମରେ ଡ୍ୟୁଟି କରୁଥିଲେ । ସେ ଟିଟିଇଙ୍କ ଭଳି ଧଳା ରଙ୍ଗରଲସାର୍ଟ ଓ କଳା ପ୍ୟାଣ୍ଟ ପିନ୍ଧିଥିଲେ । ଡ୍ୟୁଟି ସରିବା ପରେ ଘରକୁ ଚାଲି ଯାଇଥିଲେ ।

ରେଳବାଇର ଅଧିକାରୀ ରିତେଶ ବାଧବା ଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ତାଙ୍କୁ ନକଲି ଟିଟିଇମାନେ ଟିକେଟ୍ କଥା ପଚାରିଥିଲେ । ଏହାପରେ ହିଁ ରିତେଶଙ୍କ ସନ୍ଦେହ ବଢିଥିଲା । ପରେ ସମସ୍ତଙ୍କୁ ନୂଆଦିଲ୍ଲୀ ଷ୍ଟେସନରେ ଗିରଫ କରାଯାଇଥିଲା ।

ଘଟଣାକୁ ନେଇ ରେଳବାଇ ଡିସିପି ହରେନ୍ଦ୍ର ସିଂ କହିଛନ୍ତି ଯେ, ତଦନ୍ତ ପରେ ତିନିଜଣଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କ ଭୂମିକାକୁ ନେଇ ପଚରା ଉଚରା କରାଯାଉଛି । ଅଭିଯୁକ୍ତମାନେ ଉତ୍ତର ପ୍ରଦେଶର ବୋଲି ସୂଚନା ମିଳିଛି । କିଛି ଅଭିଯୁକ୍ତଙ୍କ ପାଖରେ ଫେକ ନିଯୁକ୍ତିପତ୍ର ମଧ୍ୟ ଥିଲା ବୋଲି ସେ କହିଛନ୍ତି ।