ବିଜେପି ଗୋଟିଏ କଟ୍ଟର ବେଇମାନ ଦଳ :ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ସଂକେତ ଟିଭି): “ଏକ କଟ୍ଟର ସଚ୍ଚୋଟ ଦଳ ଅଛି ଓ ଏକ କଟ୍ଟର ବେଇମାନ ଦଳ ଅଛି । କଟ୍ଟର ବେଇମାନ ପାର୍ଟିରେ କମ୍ ଶିକ୍ଷିତ ଲୋକ ଅଛନ୍ତି, ଅଧାରୁ ଅଧିକ ଅଶିକ୍ଷିତ ଲୋକ ଥିବାବେଳେ ଅନେକଙ୍କର ନକଲି ଡିଗ୍ରୀ ରହିଛି । ଅନ୍ୟ ପଟରେ କଟ୍ଟର ସଚ୍ଚୋଟ ପାର୍ଟି ରହିଛି, ଯେଉଁଥିରେ ଆଇଆଇଟିରେ ଲୋକ ଅଛି, ଭଲ ଟିମ୍ ରହିଛି, ଦୂରଦୃଷ୍ଟି ରହିଛି ।”

ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍କୁଲ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଓ ବିଜେପି ଉପରେ ପୁଣି ଥରେ ଜୋରଦାର ଟାର୍ଗେଟ କରି ଏହା କହିଛନ୍ତି ।

ସେ କହିଛନ୍ତି ଯେ, ‘ଯଦି ଏହି କଟ୍ଟର ବେଇମାନ ପାର୍ଟିକୁ ଯଦି ଜଣା ପଡେ ଯେ କୌଣସି ବ୍ୟକ୍ତି ବଳାତ୍କାର କରିଛନ୍ତି, ତେବେ ସେମାନେ ତାଙ୍କୁ ତାଙ୍କ ପାର୍ଟିରେ ଅନ୍ତର୍ଭୁକ୍ତ କରିବାକୁ ପହଞ୍ଚି ଯାଆନ୍ତି ।”

କଟ୍ଟର ବେଇମାନ ପାର୍ଟି ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଅନ୍ତି । “କଟ୍ଟର ସଚ୍ଚୋଟ ଦଳ ମହିଳାଙ୍କୁ ସମ୍ମାନ କରନ୍ତି । ଭାରତ ବିଷୟରେ ଚିନ୍ତା କରନ୍ତି । ଭାରତକୁ ବିଶ୍ୱର ଏକ ନମ୍ବର ଦେଶ କରିବାକୁ ଚାହୁଁଛନ୍ତି ।” ବୋଲି ସେ କହିଛନ୍ତି ।

କେଜ୍ରିୱାଲ କହିଛନ୍ତି,”ମୁଁ ଜନସାଧାରଣଙ୍କୁ ମାଗଣା ବିଦ୍ୟୁତ ଦେବାକୁ ଚାହୁଁଛି,ସ୍କୁଲ,ହସ୍ପିଟାଲ କରିବାକୁ ଚାହୁଁଛି,” ତେବେ ସେମାନେ ମୋ ବିରୋଧରେ ଏହି ମାମଲା ଦାୟର କରିବେ ।

କେଜ୍ରିୱାଲ କହିଛନ୍ତି,”ସେମାନେ ୨୦-୨୦ ଓ ୫୦-୫୦ କୋଟିରେ ବିଧାୟକ କିଣୁଛନ୍ତି । ଏହି ବିଜେପି ଲୋକମାନେ ୬୩୦୦ କୋଟି ଟଙ୍କା ମୂଲ୍ୟର ବିଧାୟକ କିଣିଛନ୍ତି, ଯେଉଁ କାରଣରୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବର୍ତ୍ତମାନ ବୃଦ୍ଧି ପାଇଛି ।”

ଅରବିନ୍ଦ କେଜ୍ରିୱାଲ ସେପ୍ଟେମ୍ବର ୭ରୁ ହରିୟାଣାରୁ ସାରା ଭାରତ ପାଇଁ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ ଆମ ଆଦମୀ ପାର୍ଟର ସଂଗଠନ ବିସ୍ତାର ଓ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି । ବିଶେଷ କଥା ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୭ଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । କେଜ୍ରିୱାଲ ‘ମେକ୍ ଇଣ୍ଡିଆ ନଂ ୧’ ମାଧ୍ୟମରେ ରାଜ୍ୟରେ ରାଲି କରିବେ ଓ ଯୁବକମାନଙ୍କ ସହ ବୈଠକ ଏବଂ ତ୍ରିରଙ୍ଗା ଯାତ୍ର କରିବେ ।