ସୁଧୁରୁଛି ଦେଶର ଆର୍ଥିକ ସ୍ଥିତି

ନୂଆଦିଲ୍ଲୀ (ସଂକେତ ଟିଭି)ଭାରତ ସରକାର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସର ସକଳ ଘରୋଇ ଉତ୍ପାଦ (ଜିଡିପି) ଡାଟା ଜାରି କରିଛନ୍ତି । ଏପ୍ରିଲରୁ ଜୁନ ତ୍ରୈମାସରେ ଦେଶର ବିକାଶ ହାର ୧୩.୫ ପ୍ରତିଶତ ରହିଛି । ପୂର୍ବ ବର୍ଷ ସମାନ ଅବଧିରେ ୨୦.୧ ପ୍ରତିଶତର ଅଭିବୃଦ୍ଧି ହୋଇଥିଲା । କିନ୍ତୁ ଏଥିରେ ଲୋ ବେସର ବଡ଼ ଭୂମିକା ଥିଲା ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ କୋଭିଡ ଲକଡାଉନ ଯୋଗୁଁ ଅର୍ଥନୀତିରେ ୨୩.୮ ପ୍ରତିଶତର ହ୍ରାସ ଘଟିଥିଲା । ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ମାତ୍ର ୪.୧ ପ୍ରତିଶତ ଥିଲା । କିନ୍ତୁ ଜୁନ ତ୍ରୈମାସରେ ଜିଡିପି ଗ୍ରୋଥ ବଢିବା ପଛରେ ଲୋ ବେସ ସହ ଆର୍ଥିକ ଗତିବିଧି ଗତିଶୀଳ ହେବା ପ୍ରମୁଖ କାରଣ ରହିଛି । ତେବେ ଏହା ସଂଖ୍ୟା ଆକଳନ ଠାରୁ କମ ରହିଛି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ରିପୋର୍ଟରେ ବିକାଶ ହାର ୧୫.୭ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା । ସେହିପରି ଆରବିଆଇ ଚଳିତ ମାସ ଆରମ୍ଭରେ ନିଜର ମୁଦ୍ରା ନୀତି ବୈଠକରେ ଭାରତର ପ୍ରଥମ ତ୍ରୈମାସର ଜିଡିପି ହାର ୧୬ .୨ ପ୍ରତିଶତ ରହିବ ବୋଲି କହିଥିଲା । ତେବେ ୧୩.୫ ପ୍ରତିଶତର ବିକାଶ ହାର ଭାରତୀୟ ଅର୍ଥନୀତିର ଦ୍ୱିତୀୟର ସବୁଠୁ ବଡ଼ ଅଭିବୃଦ୍ଧି । ଏହା ପୂର୍ବକୁ ଗତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସରେ ଜିଡିପି ବିକାଶ ହାର ୨୦.୧ ପ୍ରତିଶତ ଥିଲା । ଏହିପରି ଭାରତ ଦୁନିଆରେ ସବୁଠୁ ଦ୍ରୁତ ଗତିରେ ବିକାଶ କରୁଥିବା ଅର୍ଥନୀତି ହୋଇଛି । ଏହାରି ଭିତରେ କୋର ସେକ୍ଟର ଡାଟା ମଧ୍ୟ ଜାରି କରାଯାଇଛି । ଗୋଟିଏ ବର୍ଷ ତୁଳନାରେ ଜୁଲାଇ ୨୦୨୨ରେ କୋର ସେକ୍ଟର ଆଉଟପୁଟ୍ ଧିମେଇବା ସହ ଏହାର ଗ୍ରୋଥ ୪.୫ ପ୍ରତିଶତ ରହିଥିଲା ।