ଜାଲରେ ପଡିଲା ନାବାଳିକାର ମୃତ ଦେହ, ହତ୍ୟା ସନ୍ଦେହ

ବାଲିଆପାଳ (ଉମାକାନ୍ତ ନାୟକ) ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବଡ଼ ତାଳପଦା ଗ୍ରାମରେ ଥିବା ପାଶି ଖାଳରେ ଅଜଣା ନାବାଳିକାର ମୃତ ଦେହ ଉଦ୍ଧାର କରାଯାଇଛି । ଖବର ପାଇ ବାଲିଆପାଳ ପୋଲିସ ଆସି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ବଡ଼ ତାଳପଦା ଗ୍ରାମରେ ଥିବା ପାଶି ଖାଳରେ ଆଜି ସକାଳ ସମୟରେ ଗ୍ରାମର ବୁଲୁ ଦଳାଇ ନାମକ ଏକ ବ୍ୟକ୍ତି ମାଛ ଧରିବା ପାଇଁ ଜାଲ ଦେଇଥିଲା ବେଳେ ଜାଲରେ ଏକ ଅଜଣା ନାବାଳିକାର ମୃତ ଶରୀର ଲାଗି ଥିବା ଦେଖିବାକୁ ପାଇଥିଲେ । ସେ ଏକଥା ଗ୍ରାମବାସୀଙ୍କୁ ଜଣାଇଥିଲେ ।

ଗ୍ରାମବାସୀଙ୍କଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଜାରୀ ରଖିଛି । ତେବେ ନାବାଳିକାଟିକୁ ହତ୍ୟାକରି କେହି ଫିଙ୍ଗି ଦେଇଛି ନା ଆଉ କଣ ତଦନ୍ତ ପରେ ହିଁ ସେ କଥା ସ୍ବଷ୍ଟ ଜଣାପଡିବ।