କେନାଲରୁ ମିଳିଲା ନବଜାତ ଶିଶୁ ପୁତ୍ରର ମୃତଦେହ

ବାରିପଦା (ସଂକେତ ଟିଭି) ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଭୀମତାଳି ଗ୍ରାମ ନିକଟରେ ଥିବା କେନାଲରୁ ନବ ଜାତକ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଶିଶୁପୁତ୍ରର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ଏ ନେଇ ଉଦଳା ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କିଏ ଏବଂ କଣ ପାଇଁ ନବ ଜାତକ ଶିଶୁ ପୁତ୍ରକୁ କେନାଲରେ ଫୋପାଡ଼ି ଦେଇଛି ତାହା ଜଣା ପଡି ନ ଥିବା ବେଳେ ପୋଲିସ ତଦନ୍ତ ପରେ ପୁରା ଘଟଣା ସ୍ପଷ୍ଟ ହେବ ।