ଗଣେଶ ପୂଜା ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଅସୁସ୍ଥ

ବାଲେଶ୍ବର(ସଂକେତ ଟିଭି) ଗଣେଶ ପୂଜା ଭୋଜି ଖାଇ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟର ୨୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ସ୍କୁଲରେ ହୋଇଥିବା ଗଣେଶ ପୂଜାରେ ହୋଇଥିବା ଭୋଜିରେ ପୁରୀ ଓ ତରକାରୀ ଖାଇ ପିଲାମାନଙ୍କୁ ଜ୍ଵର, ବାନ୍ତି ହୋଇଥିଲା । ପରେ ଜ୍ଵର ହେବାରୁ ଆଜି ଜଣକ ପରେ ଜଣେ ଅସୁସ୍ଥ ହେବାରୁ ତାଙ୍କୁ ନୀଳଗିରି ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା ।