୩୦ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ

ରାୟଗଡା (ସଂକେତ ଟିଭି) କାର୍ଯ୍ଯରେ ଅବହେଳା ପାଇଁ ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲର ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି । ଜିଲ୍ଲାପାଳ ସ୍ବଧା ଦେବ ସିଂ କାଶୀପୁର ତହସିଲ ଅଧିନରେ ଥିବା ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି ।

ଗତ ୨୨ ତାରିଖରେ ଜିଲ୍ଲାପାଳ କାଶୀପୁର ତହସିଲ କାର୍ଯ୍ୟାଳୟ ନିରୀକ୍ଷଣ ପାଇଁ ଯାଇଥିଲେ । ନୀରିକ୍ଷଣ ସମୟରେ ଅନେକ କାମ ଶେଷ ହୋଇନଥିବା ନଜରକୁ ଆସିଥିଲା । ଅଫିସ କାଗଜ ପତ୍ର ଠିକ ନଥିବା ଓ ଲୋକଙ୍କୁ ଠିକ ସମୟରେ ସେବା ପ୍ରଦାନ କରୁନଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏଭଳିକି ଲୋକେ ନିଜର ଡକ୍ୟୁମେଣ୍ଟ ପାଇଁ ଆବେଦନ କରି ବହୁ ଦିନରୁ ଅପେକ୍ଷା କରିଥିବା ସୂଚନା ମିଳିଥିଲା । ଏହାପରେ ଜିଲ୍ଲାପାଳ ସ୍ବଧା ଦେବ ସିଂ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ପତ୍ର ଲେଖି ଜଣାଇଛନ୍ତି।