ଅଟା ଏବେ ଲିଟର ପିଛା ୪୦ ଟଙ୍କାରେ ବିକ୍ରି ହେଉଛି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦିଲ୍ଲୀର ରାମଲୀଳା ମଇଦାନରେ କଂଗ୍ରେସର ହଲ୍ଲାବୋଲ ସମାବେଶକୁ ସମ୍ବୋଧିତ କରିବା ସମୟରେ ରାହୁଲ ଗାନ୍ଧୀଙ୍କ ପାଟିରୁ କଥା ଖସିଯାଇଥିଲା। ଏବେ ଏହାକୁ ନେଇ ସେ ସୋସିଆଲ ମିଡ଼ିଆରେ ଟ୍ରୋଲ ହେବାରେ ଲାଗିଛନ୍ତି।

ରାହୁଲ ଗାନ୍ଧୀ କିଛି ବର୍ଷ ପୁରୁଣା ଅଟା ଦାମ ସହିତ ଏବେ କାର ଦାମ ତୁଳନା କରୁଥିଲେ। ଏଥି ସହିତ ସେ କିଲୋ ବଦଳରେ ଲିଟର କହି ଦେଇଥିଲେ। ସେ କହିଛନ୍ତି ଯେ ପୂର୍ବରୁ ଅଟା ଲିଟର ପିଛା ୨୨ ଟଙ୍କାରେ ଉପଲବ୍ଧ ଥିଲା ଏବଂ ଏବେ ଏହା ଲିଟର ପିଛା ୪୦ ଟଙ୍କାରେ ବିକ୍ରି ହେଉଛି।

ଭାଷଣ ସମୟରେ ରାହୁଲ ଗାନ୍ଧୀଙ୍କ ପାଟିରୁ କଥା ଖସି ଯାଇଥିଲା। ଏହି କାରଣରୁ ସେ କିଲୋ ବଦଳରେ ଲିଟର କହିଥିଲେ। ପରେ ଏହାର ସମ୍ପୂର୍ଣ୍ଣ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କ ଭୁଲକୁ ସଂଶୋଧନ କରିଛନ୍ତି।

ଅନେକ ୟୁଜର ଏହି ଭିଡିଓ ଶେୟାର କରିଛନ୍ତି। ଏପରିକି କିଛି ଭାଜପା ନେତା ଏହାକୁ ପୋଷ୍ଟ କରି ରାହୁଲ ଗାନ୍ଧୀଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି। ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ମଧ୍ୟ ଏହା ଉପରେ ନିଜର ମତାମତ ଦେଉଛନ୍ତି।