କାବୁଲରେ ଋଷ ଦୂତାବାସ ନିକଟରେ ବିସ୍ଫୋରଣ, ୨ ଋଷୀୟ ଅଧିକାରୀଙ୍କ ସମେତ ୨୦ ମୃତ

କାବୁଲ : (ସଂକେତ୍ ଟିଭି) ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଋଷ ଦୂତାବାସ ସାମନାରେ ଏକ ବିଷ୍ପୋରଣ ଘଟିଛି । ଏହି ବିସ୍ଫୋରଣରେ କାବୁଲରେ ଥିବା ଋଷ ଦୂତାବାସର ଦୁଇଜଣ ଅଧିକାରୀଙ୍କ ସମେତ ୨୦ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆକ୍ରମଣରେ ଏକାଧିକ ସ୍ଥାନୀୟ ନାଗରିକ ମଧ୍ୟ ଆହତ ମଧ୍ୟ ହୋଇଛନ୍ତି । ଆକ୍ରମଣ ନେଇ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି । ଋଷ ଡିପ୍ଲୋମାଟିକ ମିଶନ କାର୍ଯ୍ୟାଳୟ ନିକଟରେ ହୋଇଥିବା ଆକ୍ରମଣରେ ଦୁଇଜଣ ନାଗରିକ ପ୍ରାଣ ହରାଇଥିବା ମସ୍କୋ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୦.୫୦ରେ କେହି ଅଜଣା ଆତଙ୍କବାଦୀ ଏହି ବିସ୍ଫୋରଣ ଘଟାଇଛି । କାବୁଲରେ ଥିବା ଋଷ ଦୂତାବାସ କାର୍ଯ୍ୟାଳୟକୁ ଏହି ବିସ୍ଫୋରକ ଫିଙ୍ଗା ଯାଇଥିଲା । ବିସ୍ଫୋରଣରେ ଦୁଇ ଋଷୀୟ ଅଧିକାରୀଙ୍କ ସମେତ କାର୍ଯ୍ୟାଳୟ ନିକଟରେ ଥିବା ପ୍ରାୟ ୨୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ଅନ୍ୟ କିଛି ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଆଫଗାନିସ୍ତାନ ନାଗରିକ ରହିଥିବା ମଧ୍ୟ ଜଣାପଡିଛି ।