ବିଜେପି ସହ ସମ୍ପର୍କ ତୁଟାଇ ବହୁତ ଖୁସି ଅଛି: ନୀତିଶ କୁମାର

ପାଟନା : (ସଂକେତ୍ ଟିଭି) ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ବିଜେପି ସହ ମେଣ୍ଟ ତୁଟାଇବା ପରେ ବହୁତ ଖୁସି ଅଛି । ରବିବାର ପାଟନାରେ ଜେଡିୟୁ ରାଷ୍ଟ୍ରୀୟ ପରିଷଦର ଏକ ବୈଠକକୁ ସମ୍ବୋଧିତ କରି ନୀତିଶ କୁମାର ତାଙ୍କ ହସର ରାଜ ଓ ଖୁସି ପଛର କାରଣ କହିବା ସମୟରେ ଏହି ଖୁଲାସା କରିଛନ୍ତି ।

ସେ କହିଛନ୍ତି,”ଆଜିକାଲି କୌଣସି କାମ କରୁଛି ତ କରୁଛି, ଚେଷ୍ଟା କରନ୍ତି କି ଏଠାକାର କାମକୁ ପଛରେ ପକାଇ ଦିଅ କହିଦିଅ କି କେନ୍ଦ୍ର ହିଁ କରୁଛି ।’ ଏହା ତାଙ୍କ ପକ୍ଷରୁ ପ୍ରଚାର ହୋଇଥାଏ । ନିଜ ତରଫରୁ ପ୍ରଚାର କରନ୍ତି କି ଆମେ କରୁଛୁ । ଆପଣ ସମସ୍ତଙ୍କୁ ଲାଗୁଛି କି ମୁଁ ଖୁସି ରୁହେ ହସୁଥାଏ, ତେବେ ଏଥିପାଇଁ ଖୁସି ରୁହେ କି ଏଠାରେ ବିଜେପିଠୁ ମୁକ୍ତି ନେଇ ଏବେ ଏକାଠୀ ସମସ୍ତେ ମିଳିମିଶି ଦେଶକୁ ଆଗକୁ ନେବା ।”

ସେ ଆହୁରି କହିଛନ୍ତି, ‘‘ଆପଣଙ୍କୁ ଲାଗୁଛି ଏବେ ମୁଁ ବହୁତ ଖୁସି ରହୁଛି, ହସୁଛି ତେବେ ଜାଣି ରଖନ୍ତୁ ବିଜେପିଠୁ ମୁକ୍ତି ମିଳିଛି । ଦେଖି ପାରୁଛି କି ଆପଣମାନେ ବି ଖୁସି ନଜର ଆସୁଛନ୍ତି । ହସୁଥିବା ଦେଖିବାକୁ ମିଳୁଛି । ତେବେ ମୋତେ ବି ଖୁସି ହେବାଟା ନିଶ୍ଚୟ ।”

ବିଜେପି ସହ ସମ୍ପର୍କ ତୁଟାଇ ଅଷ୍ଟମ ଥର ପାଇଁ ନୀତିଶ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବିହାରରେ ବିଜେପି ସହ ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ଆରଜେଡି ସହ ମେଣ୍ଟ ହୋଇଥିଲା ସେବେଠୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚର୍ଚ୍ଚାରେ ଅଛନ୍ତି ।