ପଛ ସିଟରେ ବସିଥିଲେ ସାଇରସ୍ ମିସ୍ତ୍ରୀ, ପିନ୍ଧି ନଥିଲେ ସିଟ୍ ବେଲ୍ଟ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଘଟଣାର ଖିଅ ଧିରେ ଧିରେ ଖୋଲିବାରେ ଲାଗିଛି । ଯେଉଁ ବିଳାସପୂର୍ଣ୍ଣ କାରରେ ସାଇରସ୍ ମିସ୍ତ୍ରୀ ଏବଂ ଜାହାଙ୍ଗୀର ପାଣ୍ଡୋଲଙ୍କ ମୃତ୍ୟୁ ହେଲା, ତାହା ବହୁତ ଦ୍ରୁତ ଗତିରେ ଯାତ୍ରା କରୁଥିଲା । କାରର ଗତି ନିୟନ୍ତ୍ରଣ ନହୋଇଥିବାରୁ ଏପରି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ବୋଲି ପୋଲିସ ପ୍ରାଥମିକ ଅନୁସନ୍ଧାନ ଆଧାରରେ କହିଛି ।

ପୋଲିସ କହିଛି ଗାଡିରେ ଯାଉଥିବା ସାଇରସ୍ ମିସ୍ତ୍ରୀ ଏବଂ ଜାହଙ୍ଗୀର ପାଣ୍ଡୋଲଙ୍କ ଉଭୟ ପଛ ସିଟରେ ବସିଥିଲେ । ହେଲେ ଏମାନଙ୍କ ମଧ୍ୟରୁ କେହି ସିଟ୍ ବେଲ୍ଟ ପିନ୍ଧି ନଥିଲେ । ଯେଉଁଥିପାଇଁ ଏପରି ଦୁର୍ଘଟଣା ଘଟିଛି ।

ପୋଲିସ କହିଛି ଯେ ମଧ୍ୟାହ୍ନ ୨.୨୧ସମୟରେ ପାଲଗରର ଚରୋଟି ଚେକ୍ ପୋଷ୍ଟରେ କଏଦ ହୋଇଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବାରୁ ସବୁକିଛି ଜଣାପଡିଛି । କାରଟି ଚେକ୍ ପୋଷ୍ଟ ଅତିକ୍ରମ କରିବା ପରେ ୯ମିନିଟରେ ୨୦ କିଲୋମିଟର ଯାତ୍ରା କରିଥିଲା । କାରଟି ସୂର୍ଯ୍ୟ ନଦୀ ଉପରେ ଥିବା ଏକ ବ୍ରିଜ ଉପରେ ପିଟି ହୋଇଥିଲା । ସେତେବେଳେ ସମୟ ପ୍ରାୟ ଦିନ ୨.୩୦ ସମୟ ହେବ ।

ଏଥିରୁ ସ୍ପଷ୍ଟ ଜଣାପଡେ ଯେ, କାରଟି ୨୦ କିଲୋମିଟର ଦୂରତାକୁ ମାତ୍ର ନଅ ମିନିଟରେ ଅତିକ୍ରମ କରିଥିଲା । ରିପୋର୍ଟରେ କୁହାଯାଇଛି ଯେ ଡ୍ରାଇଭିଂ କରୁଥିବା ଅନାହିତା ପାଣ୍ଡୋଲ ଗତି ନିୟନ୍ତ୍ରଣ କରିପାରିନଥିଲେ, ଫଳରେ ଦୁର୍ଘଟଣା ଘଟିଥିଲା । ସାଇରସ୍ ମିସ୍ତ୍ରୀ ଯେଉଁ କାରରେ ଯାଉଥିଲେ, ସେଥିରେ ୪ ଜଣ ଥିଲେ । କାରଟିକୁ ଡ୍ରାଇଭ କରୁଥିଲେ ମୁମ୍ବାଇର ସ୍ତ୍ରୀ ରୋଗ ବିଶେଷଜ୍ଞ ଅନାହିତା ପାଣ୍ଡୋଲ କାର ଚଳାଉଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ କାରଟି ବାମ ପାର୍ଶ୍ୱରୁ ଅନ୍ୟ ଏକ ଗାଡିକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିଲା । ଯେଉଁଥିପାଇଁ ନିୟନ୍ତ୍ରଣ ହରାଇ ବସିଥିଲା ।

ମୋଟର ଯାନ ଅଧିନିୟମ ଅନୁଯାୟୀ, ପଛ ସିଟରେ ଥିବା ବ୍ୟକ୍ତିଙ୍କ ପାଇଁ ପୂର୍ବ ପରି ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ଅଟେ । ହେଲେ ପଛ ସିଟ୍ ରେ ବସିଥିବା ଉଭୟ ସାଇରସ୍ ଏବଂ ଜାହାଙ୍ଗୀର ସିଟ୍ ବେଲ୍ଟ ବାନ୍ଧି ନଥିଲେ। ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ କାରର ଫଟୋରୁ ଜଣାପଡିଛି ଯେ କାରର ପଛପଟ ନଷ୍ଟ ହୋଇନାହିଁ ।

ଆଗ ସିଟରେ ବସିଥିବା ଉଭୟ ବ୍ୟକ୍ତି କାର ଚଳାଉଥିବା ଅନାହିତା ଏବଂ ଆଗ ସିଟରେ ବସିଥିବା ତାଙ୍କ ସ୍ୱାମୀ ଡାରିୟସ୍ ବଞ୍ଚି ଯାଇଥିଲେ । ତେବେ ଦୁହେଁ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ସୂଚନା ଥାଉକି ଅନାହିତା ପାଣ୍ଡୋଲ ସାଇରସ୍ ମିଷ୍ଟ୍ରିଙ୍କ କାର୍ ଚଳାଉଥିଲେ । ତେବେ ଏହି ମହିଳା ଜଣଙ୍କ ହେଉଛନ୍ତି ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ । ୫୫ ବର୍ଷୀୟା ଡକ୍ଟର ଅନାହିତା ପାଣ୍ଡୋଲ ମୁମ୍ବାଇର ଜଣେ ଖ୍ୟାତନାମା ଡାକ୍ତର ଅଟନ୍ତି ।