ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କ ପାଇଁ ପୁଣି ଥରେ ଟ୍ରୋଲ ହେଲେ ଋଷଭ ପନ୍ତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ପାକିସ୍ତାନ ଠାରୁ ଭାରତ ହାରିଯିବା ପରେ ଭାରତୀୟ କ୍ରିକେଟ ପ୍ରେମୀର ଆକ୍ରୋଶର ଶିକାର ହୋଇଛନ୍ତି ଋଷଭ ପନ୍ତ । ସେ ଅନାବଶ୍ୟକ ଜର୍ଭ ସଟ୍‌ ଖେଳି ଆଉଟ ହୋଇଯାଇଥିଲେ । ଏହା ପରେ ଇଣ୍ଟରନେଟରେ ଟ୍ରୋଲ ଆରମ୍ଭ ହୋଇଯାଇଥିଲା । ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ଏହି ମ୍ୟାଚ ଦେଖିବା ପାଇଁ ଆସିଥିବା ଯୋଗୁଁ ଟ୍ରୋଲରଙ୍କ ରାଗ ଆହୁରି ବଢିଯାଇଥିଲା ।

ଏହି ମ୍ୟାଚରେ ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଓପନିଂ ଯୋଡିଙ୍କ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ବଡ ସ୍କୋର କରିପାରିନଥିଲେ । ଏହା ପରେ ବିରାଟ କୋହଲି ଏବଂ ଋଷଭ ପନ୍ତ କ୍ରିଜକୁ ଆସିଥିଲେ । ଋଷଭ ପନ୍ତ ୧୨ ବଲରୁ ୧୪ ରନ କରି ଏକ ଭୁଲ୍‌ ରିଜର୍ଭ ସଟ୍‌ ଖେଳି ଆଉଟ ହୋଇଯାଇଥିଲେ । ଏହା ପରେ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ମିମ୍ ବନାଇବାର ମିଳିଯାଇଥିଲା ସୁଯୋଗ ।

କାରଣ ଭାରତ ପାକିସ୍ତାନ ମ୍ୟାଚ୍‌ ଦେଖିବା ପାଇଁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ଆସିଥିଲେ । ଯେଉଁ କାରଣରୁ ଋଷଭ ପନ୍ତ ଶ୍ରୀଘ୍ର ଆଉଟ୍‌ ହୋଇ ପାଭଲିୟନ ଫେରିଥିବା କ୍ରିକେଟ ପ୍ରେମୀ ଚର୍ଚ୍ଚା କରିଛନ୍ତି । ଋଷଭ ପନ୍ତ ଏବଂ ଉର୍ବଶୀ ରାଉତେଲାକୁ ନେଇ ଆରମ୍ଭ କରିଥିଲେ ବିଭିନ୍ନ ପ୍ରକାର ଟ୍ରୋଲ । ଋଷଭ ପନ୍ତଙ୍କର ଏହି ଖରାପ ପ୍ରଦର୍ଶନ ପାଇଁ ଉର୍ବଶୀ ରାଉତେଲା ଦାୟୀ ବୋଲି ଇଣ୍ଟରନେଟରେ ଟ୍ରୋଲ କରାଯାଉଛି । ଇଣ୍ଟରନେଟ ବ୍ୟବହାରକାରୀ କହିଛନ୍ତି ଉର୍ବଶୀ ଷ୍ଟାଡିୟମରେ ଉପସ୍ଥିତ ଥିବାରୁ ଋଷଭ କୁଆଡେ କ୍ରିକେଟରେ ଧ୍ୟାନ କେନ୍ଦ୍ରୀତ କରୁପାରୁନଥିଲେ ।

ନିକଟରେ ଏକ ଏଣ୍ଟରଟେନମେଣ୍ଟ ପୋର୍ଟାଲକୁ ସାକ୍ଷାତକାରରେ ଉର୍ବଶୀ ରାଉତେଲା କିଛି ମତ ରଖିଥିଲେ । ଓ ମିଷ୍ଟର ଆରପି ବୋଲି ଜଣଙ୍କୁ କହିଥିଲେ । ଉର୍ବଶୀ କହିଥିଲେ, “ମିଷ୍ଟର ଆରପି ତାଙ୍କୁ ହୋଟେଲରେ ଦେଖା କରିବା ପାଇଁ ପ୍ରାୟ ୧୦ ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ । ଆଉ ସେହି ସମୟରେ ସେ ଶୋଇଥିବାରୁ ଜାଣିପାରିନଥିଲେ । ଏତେ ଲମ୍ବା ସମୟ ଧରି ଅପେକ୍ଷା କରାଇଥିବାରୁ ସେ ଦୁଃଖ ପ୍ରକାଶ କରୁଛନ୍ତି ।”

ଏହି ସାକ୍ଷାତକାର ଭିଡିଓକୁ ମଧ୍ୟ ଅନେକ ଭାଇରାଲ କରିଛନ୍ତି । ଏହା ପରେ ଉର୍ବଶୀ ଏବଂ ଋଷଭ ପନ୍ତଙ୍କ ମଧ୍ୟରେ ଇନଷ୍ଟାଗ୍ରାମ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥିଲା । ନାମ ନନେଇ ଉଭୟ ଉଭୟଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ବିବାଦୀୟ ମନ୍ତବ୍ୟ ରଖିଥିଲେ । ଯାହାର ଫଳ ସ୍ବରୁପ ଏବେ ଋଷଭ ପନ୍ତଙ୍କ ଖରାପ ପ୍ରଦର୍ଶନ ପାଇଁ, ଉର୍ବଶୀ ଏବଂ ଋଷଭଙ୍କୁ ପୁଣି ଥରେ ଟ୍ରୋଲ ହେବାକୁ ପଡିଛି ।