ଆସ୍ଥା ଭୋଟ୍‌ ଜିତିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ରାଞ୍ଚି: (ସଂକେତ୍ ଟିଭି) ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଆସ୍ଥା ଭୋଟ୍‌ ରେ ବିଜୟୀ ହୋଇଛନ୍ତି । ଆଜି ଏହି ଆସ୍ଥା ଭୋଟ ପାଇଁ ମତଦାନ ହୋଇଥିଲା । ସୋରେନ୍‌ଙ୍କ ସପକ୍ଷରେ ୪୮ ବିଧାୟକ ମତଦାନ କରିଥିବା ବେଳେ ବିରୋଧୀ ବିଜେପି କକ୍ଷ ତ୍ୟାଗ କରିଥିଲା ।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡରେ ଗତ କିଛି ଦିନ ଧରି ରାଜନୈତିକ ଡ୍ରାମା ଲାଗି ରହିଥିଲା । ବିଜେପିର ଘୋଡା ବେପାର ଆଶଙ୍କା କରି ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଥିଲା । ଆଉ ଏବେ ସୋମବାର ଦିନ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ଏଥିରେ ହେମନ୍ତ ସୋରେନ୍‌ ସରକାର ବହୁମତର ପରୀକ୍ଷା ଦେବାକୁ ଥିଲେ । ଆଉ ଏଥିରେ ମଧ୍ୟ ହେମନ୍ତ ସୋରେନ୍‌ ସରକାର ସଫଳ ହୋଇଛି ।