ଦେଶକୁ ବିଜେପି ଏବଂ ଆର୍‌ଏସ୍‌ଏସ୍‌ ବିଭାଜନ କରୁଛନ୍ତି: ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ବିଶାଳ ରାଲି କରାଯାଇଛି । ଦିଲ୍ଲୀର ରାମଲିଳା ମୈଦାନରେ ଆୟୋଜିତ ଏହି ବିଶାଳ ରାଲିକୁ ଉଦବୋଧନ ଦେଇ ରାହୁଲ ଗାନ୍ଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଯେବେଠାରୁ ବିଜେପି କ୍ଷମତାକୁ ଆସିଲାଣି ସେବେଠାରୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି ବୋଲି ରାହୁଳ ଏହି ଅବସରରେ କହିଥିଲେ ।

ଦେଶକୁ ବିଜେପି ଏବଂ ଆରଏସସ ବିଭାଜନ କରୁଛନ୍ତି । ଲୋକଙ୍କୁ ଭୟଭୀତ କରି ସେମାନଙ୍କୁ ଅଲଗା କରାଯାଉଛି । ଏହି ଭୟରୁ ବିଜେପିହିଁ ଫାଇଦା ଉଠାଉଛି । ଦେଶର ଗରିବ ଓ ଚାଷୀମାନେ ମୋଦି ସରକାରଙ୍କଠାରୁ କୌଣସି ସୁବଧା ପାଉ ନାହାନ୍ତି । କେବଳ ବଡ଼ ବଡ଼ ଶିଳ୍ପପତିମାନେ ଲାଭବାନ ହେଉଛନ୍ତି । କେବଳ ୨ ଜଣ ଶିଳ୍ପପତି ଫାଇଦା ପାଉଛନ୍ତି ବୋଲି ରାହୁଲ କହିଛନ୍ତି । କଂଗ୍ରେସର ରାଲିକୁ ଦେଖି ଦିଲ୍ଲୀ ରାମ ଲୀଳା ମୈଦାନ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସୂଚନା ଅନୁସାରେ, ରାଲି ସ୍ଥାନରେ ସ୍ଥାନୀୟ ପୁଲିସ ସହ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଥିଲା ।

ରାଲିକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଲ କହିଛନ୍ତି ମହଙ୍ଗା ସ୍ଥିତି ବିରୋଧରେ ଆମର ଆନ୍ଦୋଳନ କେବଳ ଏହି ରାଲିରେ ସୀମିତ ରହିବ ନାହିଁ । ସେପ୍ଟେମ୍ବର ୭ ତାରିଖ ଠାରୁ କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆରମ୍ବ କରିବ । ଏଥିରେ ଏକାଧିକ କଂଗ୍ରେସ ସଦସ୍ୟ ଓ ଦଳର ସାଂସଦମାନେ ଏହି ଯାତ୍ରାରେ ଯୋଗ ଦେବେ । କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ ବୋଲି ବେଣୁ ଗୋପାଳ କହିଛନ୍ତି ।