EntertainmentLatest

କାର୍ତ୍ତିକ୍‌ଙ୍କ ସହ ପୁଣି ଧମାଲ କରିବେ କିଆରା

ମୁମ୍ବାଇ : (ସଂକେତ୍ ଟିଭି) ୨୦୧୬ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ “ଏମ୍‌. ଏସ୍ ଧୋନି: ଦ ଅନଟୋଲ୍ଡ ଷ୍ଟୋରି’ ମାଧ୍ୟମରେ ବେଶ୍ ପରିଚିତି ହାସଲ କରିଥିଲେ ଅଭିନେତ୍ରୀ କିଆରା ଆଡଭାନି । ତା’ ପରେ ରିଲିଜ୍ ହୋଇଥିବା “ମେସିନ୍‌’, “କବିର ସିଂହ’, “ଗୁଡ୍ ନ୍ୟୁଜ୍‌’, “ଶେରଶାହ’, “ଭୁଲ୍ ଭୁଲୈୟା-୨ ‘ଭଳି ଫିଲ୍ମ କିଆରାଙ୍କୁ ବଲିଉଡର ଶୀର୍ଷରେ ପହଞ୍ଚାଇଥିଲା । “ଭୁଲ୍‌ ଭୁଲୈୟା-୨’ ପରେ କିଆରା ଏବେ ପୁଣି ଥରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ ସ୍କ୍ରିନ୍‌ ସେୟାର କରିବେ । ସମୀର ବିଦ୍ୱାନ୍‌ ଙ୍କ “ସତ୍ୟପ୍ରେମ କୀ କଥା’ରେ ଉଭୟଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ ।

ଏ ନେଇ ଏକ ସାକ୍ଷାତକାରରେ କିଆରା କହିଛନ୍ତି, କାର୍ତ୍ତିକଙ୍କ ସହ କାମ କରିବାକୁ ନେଇ ମୁଁ ଖୁବ୍ ଉତ୍ସାହିତ । କୋ-ଷ୍ଟାର ଭାବେ ତାଙ୍କ ସହିତ ମୋର ବହୁତ ଭଲ ସଂପର୍କ । “ଭୁଲ୍ ଭୁଲୈୟା-୨’ରେ ଦର୍ଶକ ଆମ ଯୋଡ଼ିକୁ ପସନ୍ଦ ମଧ୍ୟ କରିଥିଲେ । “ସତ୍ୟପ୍ରେମ କୀ କଥା’ ଲାଗି ଆମେ ସୁଟିଂ ଆରମ୍ଭ କରିଛୁ । ଏହା ଏକ ଭିନ୍ନ ରୋମାଣ୍ଟିକ୍ ଫିଲ୍ମ । ଏଥିରେ କାର୍ତ୍ତିକ “ସତ୍ୟ’ ଭୂମିକାରେ ଅଭିନୟ କରୁଥିବା ବେଳେ ମୁଁ ତାଙ୍କ ପ୍ରେମିକା “କଥା’ ଭୂମିକାରେ ନଜର ଆସିବି । ଆମେ ଦୁହେଁ ଧମାଲ୍‌ କରିବା ସହିତ ଏହି ଫିଲ୍ମ ମୋ’ କ୍ୟାରିୟରକୁ ଆଉ ଏକ ନୂଆ ମୋଡ଼ ଦେବ ବୋଲି ଆଶା ଅଛି । ଫିଲ୍ମଟି ଆସନ୍ତାବର୍ଷ ଜୁନ୍ ମାସରେ ରିଲିଜ୍ ହେବ ।

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ “ସତ୍ୟପ୍ରେମ କୀ କଥା’ ବ୍ୟତୀତ କିଆରାଙ୍କୁ “ଗୋବିନ୍ଦା ନାମ ମେରା’ରେ ଦେଖିବାକୁ ମିଳିବ । କିଆରାଙ୍କ ବିପକ୍ଷରେ ନଜର ଆସିବେ ଭିକି କୌଶଲ । ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ଶଶାଙ୍କ ଖୈତାନ୍ ।