ଲୋକେ ସିଧାସଳଖ କହିବାକୁ ପଛଘୁଞ୍ଚା ଦିଅନ୍ତି : ବିରାଟ କୋହଲି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତ ଏସିଆ କପରେ ରବିବାର ପାକିସ୍ତାନଠାରୁ ପରାଜିତ ୫ ୱିକେଟରେ ପରାସ୍ତ ହୋଇଥିଲା । ଏହି ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କୋହଲି ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ । ଏହି ସମୟରେ ବିରାଟ ନାଁ ନ ନେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ଏକ ବୟାନ ଉପରେ ନିଜର ମତ ରଖିଥିଲେ । ଲଗାତର କିଛି ମାସ ହେବ କୋହଲି ଖରାପ ଫର୍ମରେ ଥିଲେ ଯାହାକୁ ନେଇ ବହୁ ସମାଲୋଚନାର ଶିକାର ହେଉଥିଲେ । ଏହି ସମୟରେ ସୁନୀଲ ଗାଭାସ୍କର ବିରାଟ କୋହଲିଙ୍କ ଖରାପ ଫର୍ମ ବିଷୟରେ ଗଣମାଧ୍ୟମରେ ଏକ ବିବୃତ୍ତି ଦେଇଥିଲେ । ଯେ ଯଦି ସେ ବିରାଟ କୋହଲିଙ୍କ ସହ ୨୦ ମିନିଟ୍‌ ପାଆନ୍ତି, ତେବେ ସେ ବୋଧହୁଏ କିଛି ସାହାଯ୍ୟ କରିପାରିବେ ।

ବିରାଟ କୋହଲିଙ୍କ ଫର୍ମ ବିଷୟରେ ସୁନୀଲ ଗାଭାସ୍କର କହିଥିଲେ, ଯଦି ମୁଁ ତାଙ୍କ ସହ (ବିରାଟ କୋହଲି) ୨୦ ମିନିଟ୍ ପାଇଥାନ୍ତି, ତେବେ ହୁଏତ ମୁଁ ତାଙ୍କୁ କହିାରେ ସେ କଣ କରିବା ଉଚିତ । ବୋଧହୁଏ ମୁଁ ତାଙ୍କୁ ସାହାଯ୍ୟ କରିପାରିବି, ଏହା ନିଶ୍ଚିତ ଭାବରେ ତାଙ୍କ ପାଇଁ ଲାଭବାନ ହେବ, ମୁଁ ଅଫ୍ ଷ୍ଟମ୍ପ୍‌ ଲାଇନ୍ ସହିତ କୋହଲି ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ମୁଁ ତାଙ୍କୁ କହିବି ।

ଏହି କଥାକୁ ନେଇ କୋହଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ମୁଁ ୧୪ ବର୍ଷ ଧରି ଖେଳୁଛି । କିନ୍ତୁ ଏପରି କେବେ ହୁଏ ନାହିଁ । ମୋର କାମ ହେଉଛି ଖେଳିବା, ମୋ ଖେଳ ଉପରେ କଠିନ ପରିଶ୍ରମ କରିବା ଏବଂ ମୁଁ ସବୁବେଳେ ଦଳ ପାଇଁ ତାହା କରିବାକୁ ଚାହେଁ ଏବଂ ଏହା ଜାରି ରଖିବି ।

ବିରାଟ କୋହଲି କହିଛନ୍ତି, ସମସ୍ତେ ନିଜ କାମ କରୁଛନ୍ତି । ଆମର କାମ ହେଉଛି ଖେଳିବା, କଠିନ ପରିଶ୍ରମ କରିବା ଏବଂ ଆମର ୧୦୦ ପ୍ରତିଶତ ଦେବା । ମୁଁ ଅତୀତରେ କହିଛି ଯେ ଯେପର୍ଯ୍ୟନ୍ତ ମୁଁ ତାହା କରିବାକୁ ସକ୍ଷମ ଏବଂ ଦଳର ମୋ ଉପରେ ବିଶ୍ବାସ ଅଛି, ସେତେବେଳ ଯାଏଁ ମୁଁ ମୋର କାମ କରୁଥିବି । କିନ୍ତୁ କିଛି ଲୋକ ସିଧାସଳଖ ମୋତେ ଯାହା ଦରକାର ନକହି ଗଣମାଧ୍ୟମରେ ବିବୃତ୍ତି ରଖନ୍ତି । ଟିଭିରେ ବହୁତ କଥା କହିଦିଅନ୍ତି । କିନ୍ତୁ ଯଦି ସାହାଯ୍ୟ କରିବାର ଅଛି ତେବେ ସିଧାସଳଖ କହିବାକୁ ପଛଘୁଞ୍ଚା ଦିଅନ୍ତି । ସେମାନଙ୍କ ପାଖରେ ମୋ ନମ୍ବର ଅଛି ଯଦି ଚାହିଁବେ ସିଧାସଳଖ ମୋତେ କହିପାରିବେ ।

କୋହଲି କହିଛନ୍ତି, ଲୋକଙ୍କ ନିଜର ମତ ଅଛି ଏବଂ ମୋର ଏଥିରେ କୌଣସି ଅସୁବିଧା ନାହିଁ । ଏହା ଜଣେ ବ୍ୟକ୍ତି ଭାବରେ ମୋର ଖୁସିକୁ ପ୍ରଭାବିତ କରେ ନାହିଁ । ମୋର ଫର୍ମକୁ ଠିକ୍ କରିବାକୁ ମୁଁ କିଛି ସମୟ ନେଇଥିଲି । ମୁଁ ବର୍ତ୍ତମାନ ବହୁତ ଆରାମଦାୟକ ଅନୁଭବ କରୁଛି । ମୁଁ ମୋ ଉପରେ ସେତେ ଅଧିକ ଚାପ ପକାଇ ପାରିବି ନାହିଁ । ମୁଁ ମଧ୍ୟ ମୋର ଖେଳକୁ ଉପଭୋଗ କରିବାକୁ ଚାହୁଁଛି । ମୁଁ ଚାପରେ ଖେଳିବା ଆରମ୍ଭ କରି ନାହିଁ । ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏସିଆ କପ୍ ୨୦୨୨ସିଜନରେ ନିଜର ପୁରୁଣା ଫର୍ମକୁ କମବ୍ୟାକ୍ କରିଛନ୍ତି ।

ସେ କହିଛନ୍ତି ଯେତେବେଳେ ସେ ଏକ ଖରାପ ସମୟ ଦେଇ ଗତି କରୁଥିଲେ, ସେତେବେଳେ ସେ ଟି-୨୦ ଓ ଟେଷ୍ଟ ଅଧିନାୟକତ୍ୱ ଛାଡିଥିଲେ । କୋହଲି କହିଛନ୍ତି ଯେ ଯେତେବେଳେ ସେ ଟେଷ୍ଟର ଅଧିନାୟକତ୍ୱ ଛାଡିଥିଲେ । ସେତେବେଳେ କେବଳ ଜଣେ ବ୍ୟକ୍ତିଙ୍କ ବାର୍ତ୍ତା ପାଇଥିଲି । ସେ ଆଉ କେହି ନୁହଁନ୍ତି ମହେନ୍ଦ୍ର ସିଂହ ଧୋନୀ ମୋ କଣ୍ଟାକ୍ଟ ଲିଷ୍ଟରେ ଅନେକ ଲୋକ ଅଛନ୍ତି । ଅନେକ ଲୋକ ଟିଭିରେ ପରାମର୍ଶ ଦିଅନ୍ତ । କିନ୍ତୁ ମୋ ନମ୍ବର ଥିବା ଲୋକଙ୍କଠାରୁ ମୁଁ କୌଣସି ବାର୍ତ୍ତା ପାଇନି ।

ସେ ଆହୁରି କହିଛନ୍ତି ଯେ, ମୁଁ ମାହୀଙ୍କ ସହ ସର୍ବଦା ନିଜକୁ ସୁରକ୍ଷିତ ମନେକରେ । ଆଉ ସେ ବି ମୋ ସହ ସିକିୟୋର ରହୁନ୍ତି । ଆମ ଭିତରେ ବଣ୍ଡିଂ ବହୁତ ଭଲ । ଉଭୟ ପାର୍ଶ୍ବରୁ ସେଇଟା ସ୍ପଷ୍ଟ ବାରି ହୋଇପଡେ ।