ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜଧାନୀରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର : (ସଂକେତ୍ ଟିଭି) ଲାଇଫଟାଇମ ଆଚିଭ୍‌ମେଣ୍ଟ ଆୱାର୍ଡରେ ସମ୍ମାନିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଆଜି ଫେରିଛନ୍ତି । ବିଜେଡି ପକ୍ଷରୁ ଭୁବନେଶ୍ଵର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସମ୍ଵର୍ଦ୍ଧନା ଦିଆଯାଇଥିଲା। ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର କର୍ମୀ ସ୍ବାଗତ ସମ୍ବର୍ଦ୍ଧ୍ବନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେମାନେ ନୃତ୍ୟ, ଗୀତ, ପାରମ୍ପରିକ ବାଦ୍ୟରେ ନବୀନଙ୍କୁ ବିମାନବନ୍ଦରରୁ ନବୀନ ନିବାସ ଯାଏଁ ପାଛୋଟି ଆଣିଥିଲେ ।

ଜନସେବାରେ ନବୀନ ୨୫ ବର୍ଷ ପୂରଣ କରିଛନ୍ତି । ଓଡ଼ିଶାର ବୈପ୍ଳବିକ ବିକାଶ ସହ ରାଜ୍ୟବାସୀଙ୍କ ହିତ ଲାଗି ନିଷ୍ଠାପର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଲାଇଫଟାଇମ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା ଏହି ସମ୍ମାନ ପ୍ରଦାନ କରିଥିଲେ ।