ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ୮୭ କଇଁଛ ଉଦ୍ଧାର, ଜଣେ ଗିରଫ

ବାଲିଆପାଳ : (ଉମାକାନ୍ତ ନାୟକ) ବାଇକ୍‌ ଯୋଗେ ବସ୍ତାରେ ପ୍ୟାକିଂ କରି ପଶ୍ଚିମବଙ୍ଗ ଚାଲାଣ ବେଳେ ବାଲେଶ୍ୱର ଜିଲା ଜଳେଶ୍ୱର ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର କରାଯାଇଛି। ଏହା ସହିତ ଜଣେ ପଶ୍ଚିମବଙ୍ଗର ଯୁବକଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରୁ କଇଁଛ ସଂଗ୍ରହ କରି ୧୬ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ ବାଇକ୍ ଯୋଗେ ଚୋରା ଚାଲାଣ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗର ୫ ଜଣିଆ ଟିମ୍‌ ଚାଲନ୍ତି ବାଇପାସ୍ ନିକଟରେ ଚଢ଼ାଉ କରିଥିଲା। ବାଇକ୍‌ ଯୋଗେ ବସ୍ତାରେ ପ୍ୟାକିଂ କରି ପଶ୍ଚିମବଙ୍ଗ ଚାଲାଣ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିବା ସହିତ ୮୭ଟି କଇଁଛ ବନବିଭାଗ ଟିମ୍ ଉଦ୍ଧାର କରିଛି । ଗିରଫ ଯୁବକଙ୍କ ଘର ପଶ୍ଚିମବଙ୍ଗ କୋଡ଼ିଆ ଗ୍ରାମର ଦେବବ୍ରତ ଦେ ବୋଲି ଜଣାପଡ଼ିଛି।