ଟ୍ରେନ ବିଳମ୍ବ ହେଲେ ମାଗଣା ମିଳିବ ଜଳଖିଆ ଓ ଭୋଜନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଟ୍ରେନ ବିଳମ୍ବିତ ହେଲେ ଆପଣ ଅନେକ ସୁବିଧା ସୂଯୋଗର ଲାଭ ନେଇପାରିବେ। ଆଇଆରସିଟିସି କ୍ୟାଟରିଂ ପଲିସି ଅନୁସାରେ ଟ୍ରେନ ଯଦି ୨ ଘଣ୍ଟାରୁ ଅଧିକ ବିଳମ୍ବିତ ଚାଲୁଥାଏ ତେବେ ଯାତ୍ରୀଙ୍କୁ ନିଶୁଳ୍କ ମିଲ ଦିଆଯାଇଥାଏ।

ଇଣ୍ଡିଆନ ରେଲୱେ କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ( ଆଇଆରସିଟିସି)ଙ୍କ ପକ୍ଷରୁ ଲଞ୍ଚ ଅଥବା ଡିନରରେ ଯାତ୍ରୀଙ୍କୁ ଭାତ, ଡାଲି ଓ ଆଚାର ପ୍ୟାକେଟ୍ ଦିଆଯାଇଥାଏ। ନଚେତ ୭ଟି ପୁରୀ, ମିକ୍ସଭେଜ, ଆଳୁ ଭଜା, ଆଚାରପ୍ୟାକେଟ, ଲୁଣ ଓ ଗୋଲମରିଚ ଗୁଣ୍ଡ ଗୋଟିଏ ଲେଖାଏଁ ପ୍ୟାକେଟ୍ ମିଳିଥାଏ। ସେହିପରି ଯାତ୍ରୀଙ୍କୁ ଜଳଖିଆରେ ଚା ଅଥବା କଫି ସହ ୨ଟି ବିସ୍କୁଟ ଦିଆଯାଏ। ଅପରାହ୍ନ ଜଳଖିଆରେ ଚା ଅଥବା କଫି ସହ ୪ଟି ବ୍ରେଡ୍ ସ୍ଲାଇସ୍‌ ଦିଆଯାଏ। ଏହି ସୁବିଧା କେବଳ ଏକ୍ସପ୍ରେସ୍ ଟ୍ରେନର ଯାତ୍ରୀଙ୍କ ଲାଗି ଉଦ୍ଦିଷ୍ଟ। ଯଦି ଆପଣ ଶତାବ୍ଦୀ, ରାଜଧାନୀ ଅଥବା ଦୂରନ୍ତୋ ଭଳି ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରୁଥାନ୍ତି ତେବେ ଟ୍ରେନ ବିଳମ୍ବିତ ହେଲେ ଆପଣ ଏହି ସୁବିଧାର ଲାଭ ନେଇପାରିବେ।