୮୪ ବର୍ଷରେ ମାରାଥନ ଦୌଡ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ମନ ମଧ୍ୟରେ କିଛି କରି ଦେଖାଇବାର ଜିଦି ରହିଲେ ଲକ୍ଷ୍ୟ ପୂରଣ ଅସମ୍ଭବ ହେବନି । ଏହା ପୁଣି ଥରେ ପ୍ରମାଣିତ କରିଛନ୍ତି ୮୪ ବର୍ଷୀୟା ଜଣେ ମହିଳା । ମାରାଥନ ରେସ୍‌ରେ ଜିତିବା ପରେ ଏହି ମହିଳା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ଯୁବଗୋଷ୍ଠୀ ମଧ୍ୟ ତାଙ୍କ ଠାରୁ ପ୍ରେରଣା ପାଇଛନ୍ତି । ବ୍ରିଟେନର ଏହି ବୟସ୍କା ମହିଳାଙ୍କ ନାମ ବାରବରା ଥେକ୍ରେ ।

୭୭ ବର୍ଷ ବୟସରେ ସେ ମାରାଥନ ଆରମ୍ଭ କରିଥିଲେ ଓ ୧୦ ହଜାର ଷ୍ଟେପସ୍‌ ଦୌଡିବାର ପ୍ରାକଫିସ୍‌ କରିଥିଲେ । ତାଙ୍କ ଭଉଣୀଙ୍କ ମୃତୁ୍ୟ ପରେ ବାରବରା ତାଙ୍କ ନାମରେ ଚାରିଟି ଆରମ୍ଭ କରିବା ଲାଗି ମାରାଥନ ଜରିଆରେ ଅର୍ଥ ଯୋଗାଡ କରିବାରେ ଲାଗି ପଡିଲେ । ରେସ୍‌ରେ ତାଙ୍କ ଝିଅ ମଧ୍ୟ ତାଙ୍କ ସାଥିରେ ରହିଛି । ନିଜ ଭଉଣୀର ଚିକିତ୍ସା ପାଇଁ ବାରବରା ୭୭ ବର୍ଷ ବୟସରେ ଦୌଡିବା ଅଭ୍ୟାସ କରିଥିଲେ ।

ଏପରି କରି ସେ ସେଣ୍ଟ ଏନ୍ସ ହସ୍ପିସ୍‌ ପାଇଁ ଫଣ୍ଡ ଯୋଗାଡ କରୁଥିଲେ ଯେଉଁଠି ତାଙ୍କ ଦିବଙ୍ଗତ ଭଉଣୀଙ୍କ ଚିକିତ୍ସା ଚାଲୁଥିଲା । ତାଙ୍କ ମୃତୁ୍ୟ ପରେ ମଧ୍ୟ ସେ ଏହି ମାରାଥନ କରୁଛନ୍ତି ଆଉ ଚାରିଟି ପାଇଁ ଅର୍ଥ ଯୋଗାଡ କରୁଛନ୍ତି । ଲକ୍‌ ଡାଉନ୍‌ ସମୟରେ ସେ ସମୟର ପୁରା ସଦୁପଯୋଗ କରି ଅଭ୍ୟାସକୁ ଜାରି ରଖିଥିଲେ । ଏବେ ସେ ଜଣେ ମାରାଥନ୍‌ ଧାବକ ଭାବରେ ସର୍ବତ୍ର ଜଣାଶୁଣା ।