କୋଟିଏ ଅଧିକ ଟଙ୍କାର ବ୍ରାଉନସୁଗର ସହ ନିଶା ବେପାରୀଙ୍କୁ ଗିରଫ କଲା ଏସଟିଏଫ

ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ୱର ସହଦେବଖୁଣ୍ଟା ଅରଡ଼ ବଜାର ମସ୍‌ଜିଦ୍‌ ଗଳିରେ ରହି ଦୀର୍ଘଦିନ ହେବ ବ୍ରାଉନ୍‌ସୁଗାର କାରବାର୍‌ କରୁଥିବା ସେଖ୍‌ ରଫିକ ନାମକ ଜଣେ ବ୍ୟକ୍ତିଙ୍କୁ ଏସଟିଏଫ ଗିରଫ କରିଛି । ତାଙ୍କ ଘରୁ ପ୍ରାୟ ୧ କେଜି ୩୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଆନୁମାନିକ ମୂଲ୍ୟ ୧ କୋଟି ୩୫ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ବାଲେଶ୍ୱର ସହଦେବଖୁଣ୍ଟା ଅରଡ଼ା ବଜାର ମସ୍‌ଜିଦ୍‌ ଗଳିରେ ରହି ଦୀର୍ଘଦିନ ହେବ ବ୍ରାଉନ୍‌ସୁଗାର କାରବାର୍‌ ଚାଲିଥିଲା । ଯାହାର ଗୁଇନ୍ଦା ସୂଚନା ପାଇଥିଲା ଏସ୍‌ଟିଏଫ୍‌ । ଶେଷରେ ଏସ୍‌ଟିଏଫ ବାଲେଶ୍ୱର ପୋଲିସ ସହାୟତାରେ ଚଢାଉ କରିଥିଲା । ଅରଡ଼ାବଜାର ରେଲଓ୍ୱ ଲେବଲ କ୍ରସିଂ ନିକଟରୁ ସେଖ୍‌ ରଫିକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଯାହାର ମୂଲ୍ୟ ୧ କୋଟି ୩୫ ଲକ୍ଷରୁ ଅଧିକ ହେବ ବୋଲି ସୂଚନା । ଗିରଫ ରଫିକ୍‌ଙ୍କ ଘର ପଶ୍ଚିମବଙ୍ଗ ପଞ୍ଚକୁଲା ଅଞ୍ଚଳର ବୋଲି ଜଣାପଡିଛି ।