ସ୍ତ୍ରୀ ଓ ଝିଅ ସହ ୧୨ ମହଲାରୁ ଡେଇଁପଡ଼ିଲେ କନଷ୍ଟେବଳ

ଅହମଦାବାଦ : (ସଂକେତ୍ ଟିଭି) ଜଣେ କନଷ୍ଟେବଳ ନିଜର ପତ୍ନୀ ଓ ଛୋଟ ଝିଅଙ୍କ ସହ ୧୨ ମହଲା ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଗୁଜରାଟର ଅହମଦାବାଦରେ ଥିବା ଗୋଟିଏ ଆବାସିକ ବିଲଡିଂରେ ଏପରି ଘଟଣା ଘଟିଛିଛ ସୋଲା ପୁଲିସ ଷ୍ଟେସନର ଇନସପେକଫର ଏନଆର ବାଘେଲା କହିଛନ୍ତି, ଦମ୍ପତିଙ୍କ ମଧ୍ୟରେ ପ୍ରଥମେ ଝଡ଼ଗା ହୋଇଥିଲା ଓ ଏହାପରେ ସେମାନେ ୧୨ମହଲାରୁ ତଳକୁ ଡେଇଁ ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

୧୨ ମହଲା ଉପରୁ ଡେଉଁ ପଡ଼ିଥିବା କନଷ୍ଟେବଲ ଜଣଙ୍କ ହେଉଛନ୍ତି କୁଲଦୀପସିଂହ ଯାଦବ ଓ ସେ ବସ୍ତ୍ରପୁର ପୁଲିସ୍‌ ଷ୍ଟେସନରେ କାମ କରୁଥିଲେ । ତାଙ୍କ ପନିୀ ରିଦ୍ଧି ଓ ୩ ବର୍ଷର ଝିଅ ମଧ୍ୟ ୧୨ ମହଲାରୁ ଡେଇଁ ପ୍ରାଣ ହରାଇଛନ୍ତି । କୁଲଦୀପସିଂହ ଯାଦବ ତାଙ୍କ ପନିୀ ଓ ୩ ବର୍ଷର ଝିଅ ସହ ଗୋଟାରେ ଥିବା ସୁଉଚ୍ଚ ବିଲଡିଂର ୧୨ତମ ମହଲାରେ ରହୁଥିଲେ । ରାତି ପ୍ରାୟ ୧.୩୦ରେ ସେମାନେ ଘରର ବାଲକୋନୀରୁ ଡେଇଁ ପଡ଼ିଥିଲେ ଓ ଘଟଣାସ୍ଥଳରେ ପ୍ରାଣ
ହରାଇଥିଲେ ବୋଲି ପଡ଼ୋଶୀମାନେ ପୁଲିସକୁ କହିଛନ୍ତି । ବିଲଡିଂରେ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି, ପ୍ରଥମେ ରିଦ୍ଧି ୧୨ ମହଲା ଉପରୁ ଡେଇଁ ପଡ଼ିଥିଲେ । ଏହାପରେ କୁଲଦୀପ ନିଜ ସହ ତଳକୁ ଡେଇଁଥିଲେ ।

ସମାନ ଫ୍ଲୋରେ ରହୁଥିବା କୁଲଦୀପଙ୍କ ଭଉଣୀଙ୍କ ମତରେ ଏହି ଦମ୍ପତି ସବୁବେଳେ ପରସ୍ପର ସହ ଝଗଡ଼ା କରୁଥିଲେ । ସମ୍ଭବତଃ ଏହି ଝଗଡ଼ା ପାଇଁ ମଙ୍ଗଳବାର ସେମାନେ ଆତ୍ମହତ୍ୟା ଭଳି ଚମରପଦକ୍ଷେପ ନେଇଥିବା କୁହାଯାଉଛି । ପୁଲିସ୍‌ ସମସ୍ତ ୩ ଶବକୁ ଜବତ କରି ଫରେନ୍ସିକ ଟେଷ୍ଟ ପାଇଁ ପଠାଇଛି । ଏଥିସହ ଘଟଣାର ତଦନ୍ତ କରୁଛି ।