ଭାରତର ସବୁଠାରୁ ବଡ଼ ପପୁ ଟି-ଶାର୍ଟ ରେ ଅମିତ ଶାହଙ୍କ ଫଟୋ

କୋଲକାତା : (ସଂକେତ୍ ଟିଭି) ଟିଏମସିର କର୍ମୀ ଓ ନେତାମାନଙ୍କ ପାଇଁ ଦଳ ଦୁର୍ଗାପୂଜା ପାଇଁ ସ୍ୱତନ୍ତ୍ର ଟି- ଶାର୍ଟ ତିଆରି କରାଯାଇଛି। ଏହି ଟି-ଶାର୍ଟରେ ଭାରତର ସବୁଠାରୁ ବଡ଼ ପପୁ ଲେଖାଯାଇଛି। ଏହି ଲେଖା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ରହିଛି।

ଏହି ଟି ସାର୍ଟ ଜରିଆରେ ଟିଏମସି ଏବେ ବିରୋଧୀ ବିଜେପି ବିରୋଧରେ ଏକ ବଡ ଆକ୍ରମଣ କରିଛି। ଏହି ଟି-ଶାର୍ଟକୁ ଅଧିକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ ଟିଏମସି ନିଜ କର୍ମୀମାନଙ୍କୁ କହିଛି।

ଏହି ଧଳା ରଙ୍ଗର ଗଞ୍ଜିରେ ଭାତର ସବୁଠାରୁ ବଡ଼ ନାଲି ରଙ୍ଗରେ ଲେଖାଯାଇଛି ଓ କଳା ରଙ୍ଗରେ ପପୁ ଲେଖାଯାଇଛି। ଗଞ୍ଜିର ଉଭୟ ପାର୍ଶ୍ୱରେ ଅମିତ ଶାହଙ୍କ ମୁହଁର ଗୋଟିଏ କାର୍ଟୁନ ରଖାଯାଇ ଏପରି ନାରା ଦିଆଯାଇଛି। ଏହାର ଅର୍ଥ ଅମିତ ଶାହଙ୍କୁ ଟିଏମସି ଦେଶର ସବୁଠାରୁ ବଡ଼ ପପୁ ବୋଲି ଆଖ୍ୟା ଦେଇଛି।

ବିଜେପି ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ପପୁ ବୋଲି କହି ସମାଲୋଚନା କରି ଆସୁଥିଲା। ଏବେ ଟିଏମସି ପପୁ ଶବ୍ଦକୁ ବ୍ୟବହାର କରି ଅମିତ ଶାହଙ୍କୁ ଉପହାସ କରିଛି। ଦୁର୍ଗାପୂଜା ବେଳେ ଲକ୍ଷଲକ୍ଷ ଲୋକ ପଶ୍ଚିମବଙ୍ଗର ବିଭିନ୍ନ ପେଣ୍ଡାଲକୁ ବୁଲିବାକୁ ଆସିବେ। ଏହି ସମୟରେ ଟିଏମସି ଗଞ୍ଜିଗୁଡ଼ିକର ପ୍ରଚାର ଓ ପ୍ରସାର କରିବାକୁ ଲକ୍ଷ୍ୟ ରଖିଛି।