ମୁଁ ନୀତିଶ କୁମାରଙ୍କ ଝଣ୍ଡା ନେଇ ବୁଲିବାକୁ ପ୍ରସ୍ତୁତ : ପ୍ରଶାନ୍ତ କିଶୋର

ପାଟନା : (ସଂକେତ୍ ଟିଭି) ଯଦି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୋଟିଏ ବର୍ଷରେ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେଇ ଦେଖାନ୍ତୁ । ମୁଁ ତାଙ୍କ ଝଣ୍ଡା ନେଇ ବୁଲିବାକୁ ପ୍ରସ୍ତୁତ ଅଛି । ଏଭଳି କହିଛନ୍ତି ଜନ ସୁରାଜ ଅଭିଯାନର ସଂସ୍ଥାପକ ପ୍ରଶାନ୍ତ କିଶୋର ।

ବିହାରର ଭାଗଲପୁରରେ ଗୁରୁବାର ପ୍ରଶାନ୍ତ କିଶୋର ଏକ ସାମ୍ବାଦିକ ସମ୍ମିଳନୀ ଏହା କହିଛନ୍ତି । ଏହି ସମୟରେ ସେ ନା କେବଳ ବିହାର ସିଏମ ନୀତିଶ କୁମାର ଙ୍କ ବୟାନର ଜବାବ ଦେଇଛନ୍ତି ବରଂ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି ।

ପ୍ରଶାନ୍ତ କିଶୋର କହିଛନ୍ତି ଯେ, ନୀତିଶ କୁମାର କହନ୍ତି ଯେ ସେ ୧୦ ଲକ୍ଷ ଚାକିରି ଦେବେ, ଯଦି ସେ ଦିଅନ୍ତି, ତେବେ ଆମ ଭଳି ଲୋକଙ୍କ ଅଭିଯାନର ଆବଶ୍ୟକତା କ’ଣ ରହିଛି? ଯଦି ୧୦ ଲକ୍ଷ ଚାକିରି ଦେଇଦିଅନ୍ତି, ତେବେ ମୁଁ ତାଙ୍କୁ ନେତା ଭାବରେ ଗ୍ରହଣ କରିନେବି ଓ ୨୦୧୫ରେ ଯେମିତି ତାଙ୍କ ପାଇଁ କାମ କରୁଥିଲେ, ପୁଣିଥରେ ତାଙ୍କ ପାଇଁ କାମ କରିବି । ତାଙ୍କର ଝଣ୍ଡା ନେଇ ବୁଲିବୁ । ଗୋଟିଏ ବର୍ଷରେ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେଇ ଦେଖାନ୍ତୁ ।

ପ୍ରଶାନ୍ତ କିଶୋର କହିଛନ୍ତି ଯେ, “ନୀତିଶ କୁମାର ଏଠାରେ ଜଣେ ବୃଦ୍ଧ ନେତା । ଯଦି ସେ କିଛି କହିବାକୁ ଚାହାଁନ୍ତି, ତେବେ ତାଙ୍କୁ କହିବାକୁ ଦିଅନ୍ତୁ । ବ୍ୟକ୍ତିଗତ ଟିପ୍ପଣୀ କରିବା ଠିକ୍ ନୁହେଁ । ଯଦି ସେ କିଛି କହିଛନ୍ତି, ଏହା ତାଙ୍କର ଚିନ୍ତାଧାରା । କିଏ ଭାରତୀୟ ଜନତା ପାର୍ଟି ସହିତ କାମ କରୁଛି? ଯେତେଦୂର ମୁଁ ଓ ଆପଣ (ଗଣମାଧ୍ୟମ) ଜାଣିଛୁ, ବର୍ତ୍ତମାନ ନୀତିଶ କୁମାର ମାତ୍ର ଏକ ମାସ ପୂର୍ବେ ବିଜେପି ସହିତ ଥିଲେ । ଯଦି ନୀତିଶ କୁମାର କାହାକୁ ଏପରି ସାର୍ଟିଫିକେଟ୍ ଦେଉଛନ୍ତି, ତେବେ ଏହା ହାସ୍ୟାସ୍ପଦ ।”

ବିଗତ ଦିନରେ ପ୍ରଶାନ୍ତ କିଶୋର କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନୂଆ ବିଦ୍ରୋହୀ ଭାବ ରାଜନୈତିକ ଅସ୍ଥିରତାର ପ୍ରତୀକ, ଯାହାର ସାମ୍ନା ବିହାର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ “ନୂତନ ବିଜେପି” ର ଉଦୟ ପରେ ଠାରୁ କରିଆସୁଛି । ପ୍ରଶାନ୍ତ କିଶୋର କଟାକ୍ଷ କରି କହିଛନ୍ତି ଯେ, “ଆମେ କେବଳ ନିଶ୍ଚିତ ଭାବରେ ଗୋଟିଏ କଥା କହିପାରିବା ଯେ ଯାହା ବି ହେଉ, ନୀତିଶ କୁମାର କ୍ଷମତାରେ ରହିବେ ଯେମିତି ସେ ଏତେ ବର୍ଷ ଧରି କରିଆସୁଛନ୍ତି ।”