ଲୋକସଭା ନିର୍ବାଚନରେ ​​’ଖେଲା ହୋବେ’ : ମମତା ବାନାର୍ଜୀ

କୋଲକାତା : (ସଂକେତ୍ ଟିଭି) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୨୪ ଲୋକସଭା ନିର୍ବାଚନ ଉପରେ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ​​”ଖେଲା ହୋବେ” ।

ସେପ୍ଟେମ୍ୱର ୮ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, “୨୦୨୪ରେ ଆମେ ଏକ ଖେଳ ଖେଳିବୁ ଯାହା ପଶ୍ଚିମବଙ୍ଗରୁ ଆରମ୍ଭ ହେବ । ହେମନ୍ତ ସୋରେନ, ଅଖିଳେଶ ଯାଦବ, ନୀତିଶ କୁମାର, ମୁଁ ଏବଂ ଅନ୍ୟ ବନ୍ଧୁମାନେ ସେତେବେଳେ ଏକଜୁଟ ହେବେ । ତେବେ ସେମାନେ (ବିଜେପି) କିପରି ସରକାର ଗଠନ କରିବେ? ବିଜେପି ସରକାରର କୌଣସି ଆବଶ୍ୟକତା ନାହିଁ ।”

ମମତା କହିଛନ୍ତି ଯେ, “ମୁଁ ନୀତିଶ କୁମାର, ହେମନ୍ତ ସୋରେନ ଏବଂ ଅନ୍ୟମାନେ ୨୦୨୪ରେ ଏକାଠି ହେବେ । ସମସ୍ତ ବିରୋଧୀ ଦଳ ମିଳିତ ଭାବେ ବିଜେପିକୁ ପରାସ୍ତ କରିବା ପାଇଁ ହାତ ମିଶାଇବେ । ଆମେ ସମସ୍ତେ ଗୋଟିଏ ପଟେ ହେବୁ ଓ ଅନ୍ୟ ପଟେ ରହିବ ବିଜେପି । ୩୦୦ ଆସନ ବିଶିଷ୍ଟ ବିଜେପିର ଅହଂକାର ଭାଙ୍ଗିବ । ୨୦୨୪ରେ ‘ଖେଲା ହୋବେ’ ହେବ ।”

ସେ କହିଛନ୍ତି ଯେ, ବିଜେପି ଭାବୁଛି ସେ ଆମକୁ ସିବିଆଇ ଓ ଇଡି ମାଧ୍ୟମରେ ଭୟଭୀତ କରିପାରିବ, କିନ୍ତୁ ସେମାନେ ଯେତେ ଅଧିକ କୌଶଳ ଅବଲମ୍ବନ କରିବେ, ଆଗାମୀ ବର୍ଷର ପଞ୍ଚାୟତ ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନରେ ​​ସେମାନେ ପରାଜିତ ହେବେ ।